ଯୁକ୍ତ ଦୁଇ ପରୀକ୍ଷା ଖରାପ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା, ସୋଇସାଇଡ଼ ନୋଟ ଜବତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଯୁକ୍ତ ଦୁଇ ପରୀକ୍ଷା ଖରାପ ହେବାରୁ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଛାତ୍ର ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୋଇସାଇଡ଼ ନୋଟ ଲେଖି ଛାଡିଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି (IGIT) କ୍ୟାମ୍ପସରେ । କ୍ୟାମ୍ପସରେ ଥିବା କ୍ୱାଟର୍ସ ନଂ -: F/13 ରେ ଛାତ୍ର ଜଣଙ୍କ କରିଛନ୍ତି ଆତ୍ମହତ୍ୟା । ମୃତ ଛାତ୍ର ଜଣଙ୍କ ତାଳଚେର ଥର୍ମାଲ ଡିଏଭି (DAV) ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ (ବୟସ-18) । ଅବିନାଶଙ୍କ ବାପା ଆନନ୍ଦ ଚନ୍ଦ୍ର ପ୍ରଧାନ ଆଇଜିଆଇଟି କଲେଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ସପରିବାର ପରଜଙ୍ଗ ଥାନା ବାରିହାପୁର ଗାଁ ଛାଡି ସରାଙ୍ଗ ଆଇଜିଆଇଟି କ୍ୟାମ୍ପସରେ ରହୁଛନ୍ତି ।

ତେବେ ଛାତ୍ର ଜଣଙ୍କ ନିଜ ସୋଇସାଇଡ଼ ନୋଟରେ ପରୀକ୍ଷା ଖରାପ ହେବାରୁ ଆତ୍ମହତ୍ୟା କରିଥିବା ଲେଖିଛନ୍ତି । ଛାତ୍ର ଜଣଙ୍କ ନିଜ ପରୀକ୍ଷାର ଆବେଗକୁ ନେଇ ପରିପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା ମାଆ ଦାୟୀ ନୁହଁନ୍ତି ବୋଲି ସେ ଲେଖିଛନ୍ତି । ବରଂ ତାଙ୍କ ବିବେକ ତାଙ୍କୁ 90% ମାର୍କ ରଖିବା ପାଇଁ ବାଧ୍ୟ କରିଛି ବୋଲି ସେ ସୋଇସାଇଡ଼ ନୋଟ ମାଧ୍ୟମରେ ପ୍ରକାଶ କରିଛନ୍ତି । ଜଣେ ଛାତ୍ରଙ୍କ ଏଭଳି ସୋଇସାଇଡ଼ ନୋଟ ମନକୁ କାହିଁକି ଆସିଲା ।

କହିବାକି, 90% ମାର୍କ ରଖିବା ପାଇଁ ଛାତ୍ର ଜଣଙ୍କ ବିବେକ ବାଧ୍ୟ କରୁଥିଲା ନା ତାଙ୍କୁ ଆଉ କେହି ଫୋର୍ସ କରୁଥିଲେ । ଯାହା ସନ୍ଦେହ ଘେରରେ ରହିଛି । ତେବେ ଏ ନେଇ ଖବର ପାଇବା ପରେ ପରଜଙ୍ଗ ପୋଲିସ ମୃତ ଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।

ରିପୋର୍ଟ – ସୁନୀଲ କୁମାର ନାୟକ


ସେୟାର କରନ୍ତୁ