ଜରଡା ଘାଟି ନିକଟରେ ଓଲଟିଲା ଯାତ୍ରାପାର୍ଟି ବସ, 35 ରୁ 40 ଜଣ ଯାତ୍ରା କଳାକାର ଥିବା ସୂଚନା

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ -ସୁନୀଲ କୁମାର ନାୟକ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼-ଗଡ଼ପଳାଶୁଣି ରାସ୍ତାର ଜରଡା ଘାଟି ନିକଟରେ ଯାତ୍ରାପାର୍ଟି ବସ ଅପେରା ଜଗଦମ୍ବା (OR-06-G-0839) ଓଲଟି ପଡିଛି । ବସରେ ପ୍ରାୟ 35 ରୁ 40 ଜଣ ଯାତ୍ରା କଳାକାର ଥିବାର ଜଣାପଡ଼ିଅଛି । ଏଥି ମଧ୍ୟରୁ 13 ଜଣ ଯାତ୍ରୀ ଗୁରୁତର ଥିବାବେଳେ 20 ରୁ ଅଧିକ ଆହତ ଅଛନ୍ତି । ଯାତ୍ରାପାର୍ଟି ବସଟି କଙ୍କଡାହାଡ଼ 3ନଂ କଲୋନୀରୁ ଦେବଗଡ଼ ଜିଲ୍ଲା ପଳସାବାହାଳକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜରଡା ଘାଟିରେ ଓଲଟି ପଡିଥିଲା ।

ତେବେ ସମସ୍ତ ଗୁରୁତର ଓ ଆହତ ଯାତ୍ରା କଳାକାରଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା । ସମ୍ବଲପୁରର ଜଗଦମ୍ବା ଅପେରା ଢେଙ୍କାନାଳ ଏବଂ ଏହାର ଆଖ ପାଖ ଅଞ୍ଚଳରେ କିଛି ବର୍ଷ ହେବ ଯାତ୍ରା ପରିବେଷଣ କରି ଆସୁଥିଲା । ଆଜି ଦେବଗଡ଼ ଅଞ୍ଚଳକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।


ସେୟାର କରନ୍ତୁ