କମିଲା ବସ ଭଡା, ଆସନ୍ତୁ ଜାଣିବା କେତେ ରହିଛି ଏବେ ଭଡା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଡିଜେଲ୍ ଦର କମିବା ପରେ ଗୁରୁବାର ଦିନ ବସ୍ ଭଡ଼ା କମାଯାଇଛି । ତେବେ ସୂଚନା ଅନୁଯାୟୀ, କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା 3 ପଇସା ହ୍ରାସ ପାଇଛି । ସେହିପରି କିଲୋମିଟର ପିଛା ଏସି ବସ୍ ଭଡ଼ା 6 ପଇସା କମାଯାଇଛି ।

ଅର୍ଡିନାରୀ ବସ ଭଡ଼ା 92ରୁ 89 ପଇସାକୁ ହ୍ରାସ ପାଇଛି । ଏକ୍ସପ୍ରେସ୍‌ 96ରୁ 93 ପଇସାକୁ ହ୍ରାସ ପାଇଛି । ସେହିପରି ଏସି ଡିଲକ୍ସ ଭଡା 1.63ରୁ 1.57 ପଇସାକୁ ହ୍ରାସ ପାଇଥିବା ବେଳେ ସୁପର ପ୍ରିମିୟମ୍‌ ଭଡ଼ା 2 ଟଙ୍କା 53 ପଇସାରୁ 2.44 ପଇସାକୁ ଖସିଛି । ବସଭଡ଼ା ହ୍ରାସ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଯାହାଦ୍ୱାରା ଗ୍ରାହକଙ୍କୁ ବଡ଼ଧରଣର ଆଶ୍ୱସ୍ତି ମିଳିଛି ।


ସେୟାର କରନ୍ତୁ