ଦନ୍ତା ଆକ୍ରମଣରେ ସ୍ୱାମୀ ମୃତ ଏବଂ ସ୍ତ୍ରୀ ଗୁରୁତର

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଦନ୍ତାହାତୀ ଆକ୍ରମଣରେ ସ୍ୱାମୀ ମୃତ ଏବଂ ସ୍ତ୍ରୀ ଗୁରତର ହୋଇଥିବା ଜଣାପଡିଛି । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ରେଞ୍ଜ ଦଦରାଘାଟି ସେକ୍ସନ ଚାନ୍ଦପୁର ଗାଁର କାଉଁସନାଳି ଗ୍ରାମରେ । ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର ରୁମା ବେହେରା ଓ ତାଙ୍କ ସ୍ତ୍ରୀ ତାରା ବେହେରା ଗୁରୁତର ହୋଇଛନ୍ତି ।

ସୂଚନା ମୁତାବକ ଉଭୟ ସ୍ୱାମୀ ସ୍ତ୍ରୀ ଶୌଚ ପାଇଁ ଗାଁ ପାଖ ପୋଖରୀକୁ ଆଜି ସକାଳେ ଯାଉଥିବା ବେଳେ ଏକ ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଉଭୟେ ଗୁରୁତର ଭାବେ ଆହାତ ହୋଇଥିଲେ । ତେବେ ଗୁରୁତର ଭାବେ ଉଭୟଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ସ୍ୱାମୀ ରୁମା ବେହେରାଙ୍କ ମୃତ୍ୟୁ ହୋଇଥିଲା । ଗରୁତର ସ୍ତ୍ରୀ ତାରା ବେହେରାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏବେ ଚିକିତ୍ସା ଚାଲିଛି । ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତ୍ତର ଥିବା ଜଣାପଡିଛି ।


ସେୟାର କରନ୍ତୁ