ହାର୍ଦ୍ଦିକ ବାହିନୀର ବିଜୟରେ ନତାସା ହେଲେ ଭାବପ୍ରବଣ, ଷ୍ଟାଡିୟମରେ ଦୌଡ଼ି ନିଜ ସ୍ୱାମୀଙ୍କୁ କଲେ ଆଲିଙ୍ଗନ

ଖେଳ
ସେୟାର କରନ୍ତୁ

ମୁମ୍ବାଇ : ରବିବାର ଖେଳାଯାଇଥିବା ଆଇପିଏଲ୍ 2022 ର ଅନ୍ତିମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ୱିକେଟରେ ପରାସ୍ତ କରିଛି । ଗୁଜୁରାଟ ଟାଇଟନ୍ସର ବୋଲରମାନେ ଫାଇନାଲରେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନଙ୍କ ଝାଳ ବୋହାଇ ଦେଇଥିଲେ ।

ଏହି ବିଜୟ ପରେ ଟାଇଟାନ୍ସର ଫ୍ୟାନ୍ସମାନେ ଖୁସିରେ ଝୁମି ଉଠିଥିଲେ । ଷ୍ଟାଡିୟମ୍‌ ଦର୍ଶକଙ୍କ କରତାଳି ଉତ୍ସାହରେ ଉଠୁଥିଲା ପଡୁଥିଲା । ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ତାଙ୍କ ସ୍ୱାମୀଙ୍କ ବିଜୟରେ ଭାବପ୍ରବଣ ହୋଇଥିଲେ । ଟାଇଟଲ୍ ଜିତିବା ପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁସି ହସୁଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ନତାଶା ପଡ଼ିଆକୁ ଧାଇଁ ଆସି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଲିଙ୍ଗନ କରିଥିଲେ।ଦୁହେଁ ବହୁତ ଭାବପ୍ରବଣ ହୋଇଯାଇଥିଲେ । ଦୁହିଁଙ୍କ ଆଖିରେ ଖୁସିର ଲୁହ ବାହାରି ଆସିଥିଲା । କାହିଁକି ନା ନତାଶା ହାର୍ଦ୍ଦିକଙ୍କୁ ସବୁ ମ୍ୟାଚ୍‌ରେ ବହୁତ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।

ଆଇପିଏଲ୍ 2022 ତାଙ୍କର ପ୍ରତ୍ୟାବର୍ତ୍ତନ ସିଜିନ୍‌ ଥିଲା । ଏହି କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଗତ ବର୍ଷ ଟି -20 ବିଶ୍ୱକପ ବେଳେ ବୋଲିଂ ନକରିବାରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ସେବେଠାରୁ ସେ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି । ହେଲେ ଚଳିତ ବର୍ଷ ଆଇପିଏଲ୍ କୁ ଫେରିବାବେଳେ ତାଙ୍କ ଫିଟନେସ ପାଇଁ ବହୁତ କିଛି କାମ କରିଛନ୍ତି। ଗୁଜୁରାଟର ଅଧିନାୟକ ହୋଇ ଫାଇନାଲରେ ତିନୋଟି ୱିକେଟ୍ ହାସଲ କରିଥିଲେ ।


ସେୟାର କରନ୍ତୁ