ରାଜ୍ୟରେ ତାତି ହେଉଛି ଅସମ୍ଭାଳ, ଶୁକ୍ରବାର ଦିନ ସର୍ବୋଚ୍ଚ ତାପମାତ୍ରା ଛୁଇଁଛି 45 ଡିଗ୍ରି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : ରାଜ୍ୟରେ ସୂର୍ଯ୍ୟଙ୍କ ପ୍ରକୋପ ଜାରି ରହିଛି । ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ । ମୌସୁମୀ ଓଡ଼ିଶା କେବେ ଛୁଇଁବ ଓ ଖରାରୁ ତ୍ରାହି ମିଳିବ, ଏହାକୁ ଲୋକେ ଚାତକ ଭଳି ଚାହିଁ ରହିଛନ୍ତି । ତେବେ ଶୁକ୍ରବାର ଦିନ ପଶ୍ଚିମ ଓଡ଼ିଶାର ତାତି ସବୁ ରେକର୍ଡ ଭାଙ୍ଗିଛି । ଶୁକ୍ରବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 45 ଡିଗ୍ରି ଛୁଇଁଥିଲା ।

45 ଡିଗ୍ରି ତାପମାତ୍ରା ସହ ଟିଟିଲାଗଡ଼ ତତଲାଗଡ଼ ପାଲଟିଥିବା ବେଳେ ବଲାଙ୍ଗୀରରେ ସର୍ବୋଚ୍ଚ 44.9 ଡିଗ୍ରି, ବୌଦ୍ଧରେ 44.5 ଡିଗ୍ରି, ସମ୍ବଲପୁରରେ 44.4 ଡିଗ୍ରି, ସୋନପୁରରେ 44.3 ଡିଗ୍ରି ଓ ଝାରସୁଗୁଡ଼ାରେ ତାପମାତ୍ରା 44.2ଡିଗ୍ରି ରେକର୍ଡ ହୋଇଥିଲା । ଚଳିତ ବର୍ଷ ପ୍ରଥମଥର ପାଇଁ ଶୁକ୍ରବାର ଦିନ 6ଟି ସହର ତାପମାତ୍ରା 44 ଡିଗ୍ରି ଅତିକ୍ରମ କରିଛି । ଏହା ନିଜ ଭିତରେ ଏକ ରେକର୍ଡ । ଏଥିସହ ରାଜ୍ୟର 13 ସହରର ତାପମାତ୍ରା 40 ଡିଗ୍ରି ଉପରେ ରହିଛି ।

ସେଇଭଳି ଉପକୂଳର ସର୍ବାଧିକ ତାପମାତ୍ରା 38ଡିଗ୍ରି ପାଖାପାଖି ରହୁଥିଲେ ମଧ୍ୟ ଗୁଳୁଗୁଳି ହେଉଅଛି । ଶୁକ୍ରବାର ଦିନ ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା 36.8ଡିଗ୍ରି ଓ କଟକରେ ସର୍ବୋଚ୍ଚ ତାପମାତ୍ରା 37 ଡିଗ୍ରି ରହିଥିଲା ।


ସେୟାର କରନ୍ତୁ