ବିଭାଗ ପାଇଲା ପରେ ନବୀନ ନିବାସ ଗଲେ ନୂଆମନ୍ତ୍ରୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଆଜି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ନବକଳେବର ହୋଇଛି । ରବିବାର ଲୋକସେବା କନଭେନସନ ହଲରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଏଥିରେ 13ଜଣ କ୍ୟାବିନେଟ୍ ଓ 8 ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । କିଛି ନୂଆ ମୁହଁଙ୍କୁ ମଧ୍ୟ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି । ତେବେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଆଜି ବିଭାଗ ବଣ୍ଟନ ପରେ ମନ୍ତ୍ରୀମାନେ ଆଜି ସନ୍ଧ୍ୟାରେ ନବୀନ ନିବାସ ଯାଇଥିଲେ । ମନ୍ତ୍ରୀ ରିତା ସାହୁ, ବିକ୍ରମ କେଶରୀ ଆରୁଖ, ସମୀର ଦାସ, ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ଅଶୋକ ପଣ୍ଡା, ବାସନ୍ତି ହେମ୍ରମ, ଉଷା ଦେବୀ, ନବ ଦାସ୍, ପ୍ରୀତି ରଞ୍ଜନ ଘଡେ଼ଇ ନବୀନ ନିବାସରେ ପହଞ୍ଚି ଥିଲେ ।

ସୂଚନା ଅନୁଯାୟୀ, ମନ୍ତ୍ରୀମାନଙ୍କୁ ନବୀନ ଗୁରୁମନ୍ତ୍ର ଦେଇଥିଲେ । ସରକାରଙ୍କ ବିକାଶମୂଳକ କାମଗୁଡ଼ିକ କିଭଳି ଭା‌ବରେ ସାଧାରଣଜନତାଙ୍କ ନିକଟକୁ ବିନା କୌଣସି ଅସୁବିଧାରେ ପହଞ୍ଚାଯାଇପାରିବ, ସେ ନେଇ ମଧ୍ୟ ପରାମର୍ଶ ଥିଲେ। ସେହିପରି ସରକାରଙ୍କ ଯୋଜନାରୁ ଯେପରି କୌଣସି ହିତାଧିକାରୀ ବାଦ୍‌ ନ ପଡ଼ନ୍ତି, ସେଥି ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ସର୍ବୋପରି ଲୋକଙ୍କ ପାଇଁ କାମ କରିବାକୁ ମନ୍ତ୍ରୀମାନଙ୍କୁ କହିଥିଲେ ।

କ୍ୟାବିନେଟ୍ ପାହ୍ୟା

1- ଜଗନ୍ନାଥ ସାରକା- ଆଇନ, ଆଦିବାସୀ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ
2- ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର
3- ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ
4- ପ୍ରମିଳା ମଲ୍ଲିକ- ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ
5- ଉଷା ଦେବୀ- ଗୃହ ଓ ନଗର ଉନ୍ନୟନ
6- ପ୍ରଫୁଲ୍ଲ ମଲ୍ଲିକ- ଇସ୍ପାତ ଓ ଖଣି, ପୂର୍ତ୍ତ
7- ପ୍ରତାପ ଦେବ- ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
8- ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ
9- ପ୍ରଦୀପ ଅମାତ- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ
10- ନବକିଶୋର ଦାସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
11- ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ
12- ଟୁକୁନି ସାହୁ- ଜଳ ସଂପଦ, ବାଣିଜ୍ୟ ଓ ପରିବହନ
13- ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନା

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)

ସମୀର ରଂଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା
ଅଶ୍ୱିନୀ କୁମାର ପାତ୍ର- ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି, ଅବକାରୀ
ପ୍ରୀତିରଂଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ଶ୍ରୀକାନ୍ତ ସାହୁ- ଶ୍ରମ ଓ ଇଏସ୍‌ଆଇ
ତୁଷାରକାନ୍ତି ବେହେରା- ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା
ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା
ରୀତା ସାହୁ- ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ
ବାସନ୍ତୀ ହେମ୍ବ୍ରମ୍- ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି

ରାଷ୍ଟ୍ରମନ୍ତ୍ରୀ
ତୁଷାରକାନ୍ତି ବେହେରାଙ୍କୁ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଦାୟିତ୍ୱ ସହିତ ଗୃହ ରାଷ୍ଟମନ୍ତ୍ରୀ ଦାୟିତ୍ୱ ମିଳିଛି ।


ସେୟାର କରନ୍ତୁ