ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀମଣ୍ଡଳରେ ନବକଳେବର ହୋଇଛି । ରବିବାର ଲୋକସେବା କନ୍ଭେନ୍ସନ୍ ହଲ୍ରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଏଥିରେ 13ଜଣ କ୍ୟାବିନେଟ୍ ଓ 8 ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । କିଛି ନୂଆ ମୁହଁଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି । ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି ।
କ୍ୟାବିନେଟ୍ ପାହ୍ୟା
- ପ୍ରଫୁଲ୍ଲା କୁମାର ମଲ୍ଲିକ: ଇସ୍ପାତ ଏବଂ ଖଣି, ପୂର୍ତ୍ତ
- ପ୍ରତାପ କେଶରୀ ଦେବ: ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
- ଅତନୁ ସାବ୍ୟସାଚି ନାୟକ: ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ, ସମବାୟ
- ପ୍ରଦିପ କୁମାର ଅମାତ: ଜଙ୍ଗଲ ଏବଂ ପରିବେଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ସୂଚନା ଏବଂ ଜନସମ୍ପର୍କ
- ନବ କିଶୋର ଦାସ: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ
- ଅଶୋକ ଚନ୍ଦ୍ର ପଣ୍ଡା: ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ
- ଟୁକୁନି ସାହୁ: ଜଳ ସମ୍ପଦ, ବାଣିଜ୍ୟ ଏବଂ ପରିବହନ
- ରାଜେନ୍ଦ୍ର ଢ଼ୋଲାକିଆ: ଯୋଜନା ଏବଂ ସଂଯୋଜନା
- ଜଗନ୍ନାଥ ସାରାକା: ଆଇନ, ଆଦିବାସୀ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ
- ନିରଂଜନ ପୂଜାରୀ: ଅର୍ଥ ଓ ସଂସଦୀୟ ବ୍ୟାପାର
- ରଣେନ୍ଦ୍ର ପ୍ରତାପ ସ୍ୱାଇଁ: କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ
- ପ୍ରମିଲା ମଲ୍ଲିକ: ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା
- ଉଷା ଦେବୀ: ଗୃହ ଏବଂ ସହରୀ ବିକାଶ
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)
ସମୀର ରଂଜନ ଦାଶ: ବିଦ୍ୟାଳୟ ଓ ଗଣଶିକ୍ଷା
ଅଶ୍ୱିନୀ କୁମାର ପାତ୍ର: ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି, ଏକ୍ସାଇଜ୍
ପ୍ରୀତୀରଜନ ଘଡ଼େଇ: ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ଶ୍ରୀକାନ୍ତ ସାହୁ: ଶ୍ରମ ଏବଂ କର୍ମଚାରୀଙ୍କ ରାଜ୍ୟ ବୀମା
ତୁଷାରକାନ୍ତ ବେହେରା: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବ ସେବା
ରୋହିତ ପୂଜାରୀ: ଉଚ୍ଚଶିକ୍ଷା
ରୀତା ସାହୁ: ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ
ବାସନ୍ତୀ ହେମ୍ବ୍ରମ: ମହିଳା ଏବଂ ଶିଶୁ ବିକାଶ ଏବଂ ମିଶନ ଶକ୍ତି
ରାଷ୍ଟ୍ରମନ୍ତ୍ରୀ
ତୁଷାରକାନ୍ତି ବେହେରାଙ୍କୁ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଦାୟିତ୍ୱ ସହିତ ଗୃହ ରାଷ୍ଟମନ୍ତ୍ରୀ ଦାୟିତ୍ୱ ମିଳିଛି ।