ଶପଥ ନେଲେ ନବୀନଙ୍କ ନୂଆ ମନ୍ତ୍ରୀ, 13 କ୍ୟାବିନେଟ ଏବଂ 8 ରାଷ୍ଟ୍ରମନ୍ତ୍ରୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରବିବାର ନବୀନ ପଟ୍ଟନାୟକ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ନବୀନ ପଟ୍ଟନାୟକ ସରକାରରେ 13 ଜଣ କ୍ୟାବିନେଟ ଏବଂ 8 ଜଣ ରାଷ୍ଟ୍ରମନ୍ତ୍ରୀ ସମେତ 21 ଜଣ ମନ୍ତ୍ରୀ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ଭୁବନେଶ୍ୱରର ଲୋକ ସେବା ଭବନର ନୂତନ ସମ୍ମିଳନୀ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନା୍ୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ଗଣେଶ ଲାଲ ମନ୍ତ୍ରୀମାନଙ୍କୁ ଏହି ଶପଥ ଗ୍ରହଣ କରିଥିଲେ । ଏହି ନୂଆ ମନ୍ତ୍ରିମଣ୍ଡଳରେ 5 ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିଛି । ଏମାନଙ୍କ ଭିତରୁ 3ଜଣଙ୍କୁ କ୍ୟାବିନେଟ୍ ଓ 2ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି ।

ତେବେ ପ୍ରଥମେ ଜଗନ୍ନାଥ ସାରକା କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିିଥିଲେ । ତା’ପରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିିଥିଲେ। ଏହାପରେ ରାଷ୍ଟ୍ରମନ୍ତ୍ରୀମାନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଥମେ ସମୀରରଞ୍ଜନ ଦାଶ ଶପଥ ଗ୍ରହଣ କରିିଥିଲେ । ତାପରେ ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ ଶପଥ ଗ୍ରହଣ କରିଥିଲେ ।

ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହାଛଡ଼ା କେତେକ ବିଧାୟକ, ସାଂସଦ, ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦେଶକ ପ୍ରମୁଖ ମଧ୍ୟ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିିଥିଲା ।


ସେୟାର କରନ୍ତୁ