ଛାଡପତ୍ର ପରେ ସମନ୍ଥା ରୁଥ ପ୍ରଭୁ ଆହୁରି ହେଲେ ହଟ, ଦେଖାଇଲେ କାତିଲାନା ଅନ୍ଦାଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାମ ଅଟନ୍ତି । ସେ ନିଜର ଦମଦାର ଆକ୍ଟିଙ୍ଗ ପାଇଁ ଇଣ୍ଡଷ୍ଟ୍ରିରେ ଏକ ପରିଚୟ ସୃଷ୍ଟି କରିଛନ୍ତି । ଏହି ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଯେତିକି ସୁନ୍ଦର ସେତିକି ଦକ୍ଷ । ଅନ୍ୟ ଅଭିନେତ୍ରୀ ମଧ୍ୟରୁ ସେ ଇଣ୍ଡଷ୍ଟ୍ରିରେ ପ୍ରମୁଖ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ବର୍ତ୍ତମାନ ତାଙ୍କର କୌଣସି ପରିଚୟର ଆବଶ୍ୟକ ନାହିଁ । ପୁଷ୍ପାରେ ଆଇଟମ୍ ଗୀତ ପରେ ସାମନ୍ଥା ସବୁଆଡେ ଚର୍ଚ୍ଚାକୁ ଆସିଥିଲେ। ହେଲେ ଏବେ ତାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଏକ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି।

ନିକଟରେ ସାମନ୍ଥା କଳା-ହଳଦିଆ ପ୍ୟାଣ୍ଟ ସହିତ ଏକ କଳା ବିକିନି ଟପ୍ ପିନ୍ଧିଥିଛନ୍ତି। ତା ସହ ନ୍ୟୁଡ୍‌ ମେକଅପ୍ ସହ ଟୋଣ୍ଡ ଫିଗର୍ ପ୍ଲାଣ୍ଟ କରୁଛନ୍ତି । ସାମନ୍ଥାଙ୍କ ଏହି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ତାଙ୍କର ଏହି ବୋଲ୍ଡ ଲୁକ୍‌ ଚାରଚାନ୍ଦ ଲଗାଇଛି। ପୋଷ୍ଟରେ ଷ୍ଟାରମାନେ ଖୁବ୍ ପ୍ରଶଂସା କରି କମେଣ୍ଟ ଦେଉଛନ୍ତି । ଅଭିନେତ୍ରୀ ଅନୁଷ୍କା ଶର୍ମା ‘ହଟ୍ଟି’ ଲେଖିବା ସହ ନିଆଁର ଏକ ଇମୋଜି ଦେଇଥିଲେ ।

ସାମନ୍ଥାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତାଙ୍କ ହାତରେ ଆଗକୁ ବହୁତ ପ୍ରୋଜେକ୍ଟ ରହିଛି । ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ ‘ଖୁସି’ରେ ନଜର ଆସିବେ। ଫିଲ୍ମଟି 23 ଡିସେମ୍ବରରେ ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ରିଲିଜ୍‌ ହେବ ।


ସେୟାର କରନ୍ତୁ