ଚୁଆରୁ ଉଦ୍ଧାର ହେଲା ଛୁଆ ହାତୀ, ସୁସ୍ଥ ହାତୀ ଛୁଆ ଉଦ୍ଧାର ପରେ ଜଙ୍ଗଲ ଗଲା

ରାଜ୍ୟ
ସେୟାର କରନ୍ତୁ

ଫୁଲବାଣୀ : ବିପଦରେ ପଡିଥିବା ଛୁଆ ହାତୀ ଏକ ପରିତ୍ୟକ୍ତ ଚୁଆରୁ ଉଦ୍ଧାର ହୋଇଅଛି । ସୂଚନା ଅନୁସାରେ, ଦଶଟି ହାତୀ ଏକ ସଙ୍ଗରେ ଆମ୍ବ ଏବଂ ପଣସ ଖାଇବାକୁ ଆସିଥିଲେ । ଜଙ୍ଗଲକୁ ଫେରିଲା ବେଳେ ଏକ ଛୁଆ ହାତୀ ଏକ ଚୂଆରେ ଗଳିପଡିଥିଲା । ଖବର ପାଇ ଘଟଣା ସ୍ଥଳକୁ ଫିରିଙ୍ଗିଆ ରେଞ୍ଜର ବିଜୟ ମଲ୍ଲିକ ସହ ଏକ ଟିମ ଓ କିଛି ଗ୍ରାମବାସୀ ମିଶି ଏକ ଜେସିବି ମେସିନ ସାହାଯ୍ୟରେ ହାତୀ ଛୁଆଟିକୁ ବନ ବିଭାଗ ଉଦ୍ଧାର କରିଥିଲା ।

ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ଗୋଛାପଡା ରେଞ୍ଜ ଅଧିନସ୍ଥ ପକାରୀ ପଞ୍ଚାୟତର ଜିରିଙ୍ଗପଡ଼l ଗ୍ରାମ ନିକଟ ବିଲ ମାଳରେ ଥିବା ଚୁଆରେ ଏକ ଛୁଆ ହାତୀ ପଡିଥିବା ଦେଖିଥିଲେ ଗ୍ରାମବାସୀ । ଏହା ବିଳମ୍ବିତ ରାତିରେ ହାତୀପଲ ଆମ୍ବ ଓ ପଣସ ଖାଇବା ପାଇଁ ଗାଁକୁ ଆସିଥିଲେ । ସେଥି ମଧ୍ୟରୁ ଜଙ୍ଗଲକୁ ଫେରିଲା ବେଳେ ଏକ ଛୁଆ ହାତୀ ଏକ ପରିତ୍ୱେକ୍ତ ଚୁଆରେ ଖସିପଡିଥିଲା । ହାତୀ ଛୁଆ ଏବେ ସମ୍ପୂର୍ଣ ସୁସ୍ଥ ଥିବା ହେତୁ ସେ ଜଙ୍ଗଲ ମଝିକୁ ଚାଲି ଯାଇଛି ।


ସେୟାର କରନ୍ତୁ