କଂଗ୍ରେସରେ ଯୋଗଦେଲେ ଜୟରାମ ପାଙ୍ଗି

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: କଂଗ୍ରେସରେ କୋରାପୁଟର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଓ ସାଂସଦ ଜୟରାମ ପାଙ୍ଗି ଯୋଗ ଦେଇଛନ୍ତି । ପାଙ୍ଗି ଏହା ପୂର୍ବରୁ ସେ ବିଆରଏସ, ବିଜେପି ଏବଂ ବିଜେଡିରେ ରହି ନିଜ ରାଜନୈତିକ କ୍ୟାରିୟରକୁ ଆଗକୁ ନେଇଥିଲେ । ତେବେ ପାଙ୍ଗି ପଟ୍ଟାଙ୍ଗୀ ବିଧାନସଭା ଆସନରୁ 1977 ମସିହାରେ ଜନତା ଦଳ ଟିକେଟ୍‌ରେ ଜିତି ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।

ଏହାପରେ ସେ 1990ରେ ମଧ୍ୟ ଜନତା ଦଳ ପ୍ରାର୍ଥୀ ଭାବେ ବିଧାୟକ ‌ନିର୍ବାଚିତ ହୋଇଥିଲେ । ଏହି ସମୟରେ ସେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବାଧୀନ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ। ପରେ 2000 ଓ 2004ରେ ବିଜେଡି ଟିକେଟରେ ପଟ୍ଟାଙ୍ଗୀରୁ ବିଜୟ ଲାଭ କରିଥିଲେ । 2009ରେ ତାଙ୍କୁ କୋରାପୁଟ ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ କରିଥିଲା । ପରେ ତାଙ୍କୁ ଦଳୀୟ ଟିକେଟରୁ ବଞ୍ଚିତ କରାଯାଇଥିଲା । ଏହାପରେ ସେ ବିଜେପିକୁ ଆସିଥିଲେ ଏବଂ କିଛି ଦିନ ପୂର୍ବରୁ ବିଜେପି ଛାଡ଼ି ସେ ବିଆରଏସରେ ଯୋଗ ଦେଇଥିଲେ ।

ସେଇଭଳି ତଳସରାର ପୂର୍ବତନ ବିଧାୟକ ରଂଜିତ ଭିତ୍ରିଆ ବିଜେଡ଼ି ଛାଡି କଂଗ୍ରେସରେ ଯୋଗ ଦେଇଥିବାବେଳେ ଏଥି ସହିତ ଅନେକ ବୁଦ୍ଧିଜୀବୀ ଓ ଯୁବ ନେତା ବିଜେପି ଓ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ।

କଂଗ୍ରେସରେ ମିଶିବା ପରେ ବାପାଙ୍କୁ ମନେ ପକେଇଲେ ଜୟରାମ । ବାପାଙ୍କ ଦଳରେ ଯୋଗ ଦେଲି କହିଲେ ଜୟରାମ ପାଙ୍ଗୀ । ଯେଉଁ ପର୍ଯ୍ୟନ୍ତ କଂଗ୍ରେସକୁ ନ ଆସିଛୁ ଘରକୁ ଆସିବୁନି କହିଥିଲେ । ଆଜି ବାପାଙ୍କ ଆତ୍ମା ଖୁସି ହୋଇଥିବ କହିବା ସାଙ୍ଗକୁ ଆଗକୁ ନେତୃତ୍ୱ ନେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି । ଜୟରାମ ପାଙ୍ଗୀ ବଞ୍ଚିଥିବା ପର୍ଯ୍ୟନ୍ତ ଆଦିବାସୀଙ୍କ ଜମିକୁ ହସ୍ତାନ୍ତର କରିବାକୁ ଦେବେ ନାହିଁ ବୋଲି କଂଗ୍ରେସରେ ମିଶିବା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି ।


ସେୟାର କରନ୍ତୁ