ବରଷକେ ଥରେ ଆସିଛି ରଜ, ଗାଁଠୁ ସହର ସବୁଠି ଉତ୍ସବର ମାହୋଲ

ଜୀବନଚର୍ଯ୍ୟା ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ, ବଉଳ ଲୋ.. । ଏମିତି କିଛି ରଜ ଗୀତ ଓଡ଼ିଆରେ ଶୁଣିବାକୁ ମିଳିଥାଏ । ତେବେ ଯାହା ହେଉ ଓଡିଆରେ ବାର ମାସରେ ତେର ପର୍ବ । ଏହି ତେର ପର୍ବ ମଧ୍ୟରୁ ରଜ ପର୍ବର ହେଉଛି ଅନ୍ୟତମ । ଏହା ଜ୍ୟେଷ୍ଠ ମାସରେ ପାଳନ ହୋଇଥାଏ । 3 ଦିନି ପର୍ଯ୍ୟନ୍ତ ଏହି ରଜ ମହୋତ୍ସବ ପାଳନ ହୋଇଥାଏ । ପ୍ରଥମରେ ପହିଲି ରଜ, ଦ୍ୱିତୀୟରେ ରଜ ସଂକ୍ରାନ୍ତି ଏବଂ ତୃତୀୟରେ ଭୂମିଦହନ । ତେବେ ଏହି 3 ଦିନ ମାତା ବସୁଧା ରଜସ୍ୱଳା ହୋଇଥିବାରୁ କୃଷ୍ଟି ତଥା ଚାଷ କାମ ବାରଣ କରାଯାଇଥାଏ ।

ପରମ୍ପରା ମୁତାବକ, ସଜା ‌ସରିଲାଣି ଦୋଳି, ଘସା ବଟା ସାରି ତିଆରି କରିସାରିଲାଣି ମା ପିଠା ଆଣ । କୁଆଁରୀଙ୍କ ସଜବାଜ ବି ସରିଲାଣି । ଅପେକ୍ଷା ରହିଥିଲା ଏହି ପହିଲି ରଜକୁ । ଅର୍ଥାତ ପିଠା ପଣା ସବୁ ସଜବାଜରୁ ହିଁ ହୋଇଥାଏ । ଏଥିପାଇଁ କୁମାରୀମାନେ 3ଦିନ ରଜ ଉତ୍ସବକୁ ବେଶ୍ ଧୂମାଧାମରେ ପାଳିଥାନ୍ତି । ନୂଆ ଡ୍ରେସ୍ ପିନ୍ଧି ସଜବାଜ ହୋଇ ପିଠା ପଣା ଖାଇବା ସହ ଦୋଳି ଖେଳିବାର ମଜା ନେଇଥାନ୍ତି ।

ବରଷକେ ଥରେ ରଜ ପାଳିବାକୁ ସତେ ଯେପରି ଅନାଇ ରହିଥାନ୍ତି ସଭିଏଁ । କେବଳ ସେତିକି ନୁହେଁ ପାନ ଖାଇ ମାତିଯାଆନ୍ତି ବିଭିନ୍ନ ଖେଳକୁଦରେ । ତେବେ ଏଥର ମଧ୍ୟ ପୂର୍ବଭଳି ରଜ ପର୍ବରେ ସେତେଟା ନାହିଁ କରୋନାର ଛାଟ । କରୋନାର କଟକଣା କୋହଳ ପରେ ଦୁଇ ବର୍ଷ ପରେ ଲୋକେ ଏଥର ରଜ ଉତ୍ସବକୁ ଧୂମଧାମରେ ପାଳିବେ । ଓଡିଆ ପରମ୍ପରାକୁ ବଜାୟ ରଖିବାକୁ ଘରେ ଘରେ ଲାଗିଛି ଉତ୍ସବର ମାହୋଲ । ପିଠା ପଣାରେ ମହକୁଛି ପ୍ରତି ଘର ।

ଆହୁରି ମଧ୍ୟ ଏହି ପର୍ବରେ ପୁଚି, ମେହେନ୍ଦୀ, ଦଉଡ଼ି ଡିଆଁ, ମ୍ୟୁଜିକ ଚେୟାର, ବେଲୁନ୍ ଡ୍ୟାନ୍ସ, ପେପର ଡ୍ୟାନ୍ସ, ପୋଡ଼ପିଠା ପ୍ରସ୍ତୁତି, ଝୋଟି, ମୁରୁଜ, ଚେସ୍, ତାସ, ପଶା ଖେଳ, ଗୀତ ଓ ନାଚ ଭଳି ପ୍ରତିଯୋଗିତା ମାନ ଦେଖିବାକୁ ମିଳିଥାଏ । ସତରେ ଏହି 3 ଦିନ ବେଶ ମଜାରେ କଟିଥାଏ ।


ସେୟାର କରନ୍ତୁ