ଜାହ୍ନବୀ କପୁରଙ୍କ ଫିଲ୍ମ ଗୁଡ୍ ଲକ୍ ଜେରୀର ପ୍ରଥମ ପୋଷ୍ଟର ଆଉଟ, ଜାଣନ୍ତୁ କେବେ ଏବଂ କେଉଁଠି ଦେଖି ପାରିବେ ଫିଲ୍ମ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଜାହ୍ନବୀ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଗୁଡ୍ ଲକ୍ ଜେରୀ’ର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଅଛି । ନିର୍ମାତା ଶୁକ୍ରବାର ଦିନ ଫିଲ୍ମର ପୋଷ୍ଟର ତଥା ରିଲିଜ୍ ତାରିଖ ଘୋଷଣା କରିଛନ୍ତି ।

ସିଦ୍ଧାର୍ଥ ସେନଗୁପ୍ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଗୁଡ୍ ଲକ୍ ଜେରୀ’ ଜୁଲାଇ 29 ରୁ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମ୍ ହେବ । ଏହି ଚଳଚ୍ଚିତ୍ରଟି ହେଉଛି ତାମିଲ ଚଳଚ୍ଚିତ୍ର କୋଲାମାଭୁ କୋକିଲାର ହିନ୍ଦୀ ରୂପାନ୍ତରଣ ଅଟେ । ଯଦି ଆପଣ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟରକୁ ଦେଖନ୍ତି, ତେବେ ଏହା ବହୁତ ଗମ୍ଭୀର ଦେଖାଯାଏ ।

ଜାହ୍ନବୀ କପୁର ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ପୋଷ୍ଟ ମୁକ୍ତିଲାଭ କରିଅଛି । ବ୍ଲାକ୍ କମେଡି କ୍ରାଇମ୍ ଫିଲ୍ମ ଗୁଡ୍ ଲକ୍ ଜେରୀର ଦୁଇଟି ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ପ୍ରଥମ ପୋଷ୍ଟରରେ ଜାହ୍ନବୀ ଅତ୍ୟଧିକ ଭୟଭୀତ ଅଭିବ୍ୟକ୍ତି ସହିତ ବନ୍ଧୁକ ବ୍ୟବହାର କରୁଥିବା ଦେଖିବାକୁ ମିଳିବ ।

ପୋଷ୍ଟର ସେୟାର କରି କ୍ୟାପସନ ଲେଖିଛନ୍ତି, ‘ମୁଁ ସ୍ଥିର କରିଛି, ମୁଁ ଏକ ନୂଆ ଆଡଭେଞ୍ଚରସ୍‌ରେ ଅଛି, ଗୁଡ ଲକ୍‌ କହିବନି ? ଜୁଲାଇ 29ରେ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମ୍ ହେବ। ଏହି ସବୁକୁ ଦେଖିବା ପରେ ଉଭୟ ଜଣାପଡୁଛି କି ଫିଲ୍ମଟି ଅତ୍ୟନ୍ତ କୌତୁହଳପୂର୍ଣ୍ଣ ରହିଛି । ସିଦ୍ଧାର୍ଥ ସେନ୍ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବାବେଳେ ଏହି ଚଳଚ୍ଚିତ୍ରଟି ଆନନ୍ଦ ଏଲ୍ ରାୟ, ସୁବାସ୍କାରନ୍ ଏବଂ ମହାବୀର ଜୈନଙ୍କ ଦ୍ୱାରା ନିର୍ମାଣ କରାଯାଇଛି ।


ସେୟାର କରନ୍ତୁ