ଓଲିଉଡ ଅଭିନେତା ରାଇମୋହନ ପରିଡା ଆଉ ନାହାଁନ୍ତି, ନିଜ ଘରେ ଜୀବନ ହାରିଲେ

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ତେବେ ଆତ୍ମହତ୍ୟାର କାରଣ କଣ ତାହା ଅସ୍ପଷ୍ଟ ରହିଛି । ସେ ଭୁବନେଶ୍ବରର ପ୍ରାଚୀବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଆଜି ଘରୁ ରାଇମୋହନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି । ନବେ ଦଶକର ସେ ଥିଲେ ଜଣେ ଜବରଦସ୍ତ କଳାକାର । ମୃତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ବୟସ ହୋଇଥିଲା । ସେପଟେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡ ସ୍ତବ୍ଧ ହୋଇଯାଇଛି ।

ଉଲ୍ଲେଖଯୋଗ୍ୟ, ରାଇମୋହନ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ସେ ଅଭିନୟ ଶିକ୍ଷା କରିଥିଲେ । ସେ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ବି ଦେଇଛନ୍ତି । ଓଲିଉଡ ବ୍ୟତୀତ ଯଲିଉଡରେ ମଧ୍ୟ ଅଭିନୟ କରି ଭଲ ନାମ କମାଇ ପାରିଥିଲେ । ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା 1986 ମସିହାରେ ମୁକ୍ତିଲାଭ କରିଥିବା ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ପକାକମ୍ବଳ ପୋତ ଛତା’ ଜରିଆରେ ଓଡ଼ିଆ ସିନେମାରେ ପାଦ ଥାପିଥିଲେ।

ଏହାପରେ ମୁଖ୍ୟ ଖଳନାୟକ ଭୂମିକାରେ ମଧ୍ୟ ରାଇମୋହନଙ୍କୁ ଅନେକ ସିନେମାରେ ଦେଖିବାକୁ ମିଳିଛି । ଏଥିମଧ୍ୟରେ ରହିଛି କୋଟିଏ ମଣିଷ ଗୋଟିଏ ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ଅର୍ଜୁନ, ଲକ୍ଷ୍ମୀ ପ୍ରତିମା , ମେଣ୍ଟାଲ୍, ‘ତୁ ମୋ’ ସୁନାଚଢେଇ’ ଏବଂ ‘ମିଷ୍ଟର ମଜନୁ’ ଆଦି ସମେତ 70 ରୁ ଅଧିକ ଓଡ଼ିଆ ସିନେମା ରହିଛି ।


ସେୟାର କରନ୍ତୁ