ବାହୁଡା ପାଇଁ ସ୍ୱତନ୍ତ୍ର, ‘ମୋ ବସ’ ସେବା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ବାହୁଡ଼ା ହେଉଛି ଯାତ୍ରା । ଲୋକମାନଙ୍କୁ ଆଖି ଆଗରେ ରଖି ଆଜି ସ୍ୱତନ୍ତ୍ର ଭାବରେ ରହିଛି ‘ମୋ ବସ୍’ ସେବା । ଏହି ଅବସରରେ ମାଷ୍ଟରକ୍ୟାଣ୍ଟିନ୍ ଓ ବରମୁଣ୍ଡାରୁ ସିଧାସଳଖ ପୁରୀ ତାଳବଣିଆ ଯାଏଁ ସ୍ବତନ୍ତ୍ର ‘ମୋ ବସ୍’ ସେବା ରହିଛି । ସେହିଭଳି ପୁରୀର ମାଳତୀପାଟପୁରଠାରୁ ତାଳବଣିଆ ଯାଏଁ ମଧ୍ୟ ‘ମୋ ବସ୍’ ଚାଲିବ । ଭୁବନେଶ୍ବରରୁ ପୁରୀ ତାଳବଣିଆ ପର୍ଯ୍ୟନ୍ତ ଏସି ବସ୍‌ରେ ଟିକେଟ୍ ମୂଲ୍ୟ 100 ଟଙ୍କା ରହିଥିବା ବେଳେ ନନ୍ ଏସି ବସ୍‌ ଟିକେଟ୍ ମୂଲ୍ୟ 80 ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିଭଳି ମାଳତୀପାଟପୁରରୁ ତାଳବଣିଆ ଚାଲିବାକୁ ଥିବା ବସ୍‌ର ଟିକେଟ୍‌ ମୂଲ୍ୟ 20 ଟଙ୍କା ରହିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି ।

ସକାଳ 5ଟା ବେଳେ ଭୁବନେଶ୍ବର ରେଳ ଷ୍ଟେସନରୁ ପ୍ରଥମ ବସ୍‌ ଛାଡ଼ିବାକୁ ଥିବା ବେଳେ ପ୍ରତି ଅଧଘଣ୍ଟାରେ ରାତି 10ଟା 40 ପର୍ଯ୍ୟନ୍ତ ବସ୍‌ ଚାଲିବ । ସେହିଭଳି ତାଳବଣିଆରୁ ପ୍ରଥମ ବସ୍‌ 5ଟା 40 ମିନିଟ୍‌ରେ ଛାଡ଼ିବ । ପ୍ରତି ଅଧଘଣ୍ଟାରେ ରାତି 11ଟା 25 ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ବସ୍‌ ଉପଲବ୍‌ଧ ହେବ । ବରମୁଣ୍ଡାରୁ ପ୍ରଥମ ବସ୍‌ 5ଟା 15ରେ ଛାଡ଼ିବ । ରାତି 11ଟା 40 ପର୍ଯ୍ୟନ୍ତ ବସ୍‌ ଉପଲବ୍ଧ ରହିବ । ମାଳତୀପାଟପୁରରୁ ସକାଳ 7ଟାରୁ ବସ୍‌ ଉପଲବ୍ଧ ହେବ ବୋଲି କ୍ରୁଟ୍‌ କହିଛି ।


ସେୟାର କରନ୍ତୁ