ଦୁଇ ଟ୍ରକ ମଧ୍ୟରେ ଧକ୍କା, ଜଣେ ଚାଳକ ମୃତ ଆଉ ଜଣେ ଗୁରୁତର

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ନିର୍ମଳ ଚନ୍ଦ୍ର ଗଡନାୟକ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ହାତିଲୁଚାଣି ଛକ ଓ ମୁଣ୍ଡେଇଲୋ ଛକ ମଧ୍ୟରେ ମଙ୍ଗଳବାର ଦିନ ପ୍ରାୟ 11 ଟା ସମୟରେ 53ନମ୍ବର ଜାତୀୟ ରାଜପଥ ଉପରେ ଦୁଇ ଟ୍ରକ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଯାଇଛି । (OD 35 C 5058) ନମ୍ବର ଟ୍ରକ ପରଜଙ୍ଗ ପାଖରୁ ଖାଲି ଯାଉଥିବା ବେଳେ ବିପରୀତ ଦିଗରୁ ଅର୍ଥାତ୍ ତାଳଚେର ଅଞ୍ଚଳରୁ କୋଇଲା ଧରି (OD 19 E 9717) ଟ୍ରକ କାମାକ୍ଷାନଗର ଦିଗକୁ ଯାଉଥିବା ବେଳେ ମୁଣ୍ଡେଇଲୋ ହାତିଲୁଚାଣି ଛକ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । ଉଭୟ ଗାଡ଼ି ଚାଳକଙ୍କ ସାଇଡ଼ରେ ଧକ୍କା ହୋଇଥିବାରୁ ଉଭୟ ଗାଡ଼ିର ଚାଳକ ନିଜ ନିଜ ଗାଡିରେ ଚାପି ହୋଇଯାଇଥିଲେ । ଯାହା ଦ୍ୱାରା କି ଗାଡିରୁ ଚାଳକ ମାନେ ବାହାରିବା ସମ୍ଭବ ହୋଇପାରି ନଥିଲା ।

ତେବେ ଏହି ଘଟଣା ଘଟିବା କ୍ଷଣି ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ିର ଚାଳକ ଓ ସ୍ଥାନୀୟ ଲୋକଙ୍କ ଆପ୍ରାଣ ଉଦ୍ୟମରେ ଉଭୟ ଗାଡ଼ିର ଚାଳକ ମାନଙ୍କୁ ବାହାରକୁ ବାହାର କରାଯାଇଥିଲା । ସ୍ଥାନୀୟ ଲୋକମାନେ 108 ଆମ୍ବୁଲାନ୍ସ ଓ ଦମକଳ କେନ୍ଦ୍ରକୁ ଜଣାଇଥିଲେ ମଧ୍ୟ ଉଭୟ ଗାଡ଼ି ନଥିବାରୁ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା କ୍ଷଣି ସେହି ଥାନା ଗାଡିରେ ଉଭୟଙ୍କୁ ଗୁରୁତ୍ୱର ଅବସ୍ଥାରେ ପରଜଙ୍ଗ ମେଡ଼ିକାଲକୁ ନେଇଥିଲେ । ସେଠାରେ ପରଜଙ୍ଗ ପାଖରୁ ଖାଲି ଗାଡ଼ି ନେଇ ଯାଉଥିବା ଚାଳକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ତାଳଚେର ଅଞ୍ଚଳରୁ କୋଇଲା ନେଇ କାମାକ୍ଷାନଗର ଦିଗକୁ ଯାଉଥିବା ଗାଡ଼ିର ଚାଳକ ଗୁରୁତର ଥିବାରୁ ଅନୁଗୋଳ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଉଭୟ ଗାଡ଼ି ଦ୍ବୟ ତାଳଚେର ଅଞ୍ଚଳର ଅଟେ । ତେବେ ମୃତ ଡ୍ରାଇଭର ଢେଙ୍କାନାଳ କପିଳାସ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଡ୍ରାଇଭର ଅନୁଗୋଳ ଛେଣ୍ଡିପଦା ଅଞ୍ଚଳର ବୋଲି ଜଣାପଡିଛି ।


ସେୟାର କରନ୍ତୁ