ପରଜଙ୍ଗ ସାମ୍ବାଦିକ ସଂଘ ତରଫରୁ ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ସ୍ମୃତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ସ୍ମୃତିରେ ପରଜଙ୍ଗ ସାମ୍ବାଦିକ ସଂଘ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଏହା ବରିଷ୍ଠ ସାମ୍ବାଦିକ ସୁବଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପରଜଙ୍ଗର ସମସ୍ତ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ରହି ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିବା ସହ ଦୁଷ୍ମନ୍ତ ମହାନ୍ତି ଅମର ରହେ ସ୍ଲୋଗାନ ଦେଇଥିଲେ ।

ସୂଚନା ଥାଉକି, ଭୁବନ ସଦର ଦେଇ ଯାଇଥିବା 53 ନମ୍ବର ଜାତୀୟ ରାଜପଥର ଥାନା ଛକ ନିକଟରେ ସଡକ ଦୁର୍ଘଟଣାରେ କଳିଙ୍ଗ ଟିଭିର ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (30)ଙ୍କର ବିୟୋଗ ହୋଇଥିଲା । ଦୁଷ୍ମନ୍ତ ସୋମବାର ସକାଳ 10 ଘଟିକା ସମୟରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରକୁ ଖବର ସଂଗ୍ରହ ନିମନ୍ତେ ନିଜ ଗ୍ରାମ ରେନନ୍ଦାପାଟଣାରୁ ମୋଟର ସାଇକେଲ ଯୋଗେ ଆସୁଥିବା ବେଳେ ଥାନା ଛକ ନିକଟରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲା । ଯେଉଁଥିରେ କି ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ପ୍ରଥମେ ଭୁବନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ପରେ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟ ହୋଇଥିଲା ।


ସେୟାର କରନ୍ତୁ