ଜିମ୍ବାୱେ ବିପକ୍ଷ ODI ସିରିଜ୍ ପାଇଁ ବିସିସିଆଇ କଲା ଟିମ୍ ଇଣ୍ଡିଆ ଘୋଷଣା, ଧାୱନ ହେବେ ଅଧିନାୟକ

ଖେଳ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆ ଘୋଷଣା କରିଛି । ନିୟମିତ ଅଧିନାୟକ ରୋହିତ ଶର୍ମା, ବରିଷ୍ଠ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି, ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏହି ସିରିଜରେ ଟିମ୍ ଇଣ୍ଡିଆର ଅଂଶ ହେବେ ନାହିଁ ।

ୱାଶିଂଟନ୍ ସୁନ୍ଦର ଏବଂ ଦୀପକ ଚହର ଦଳକୁ ଫେରିଛନ୍ତି

ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଏବଂ ସ୍ୱିଙ୍ଗ୍ ବୋଲିଂ ଅଲରାଉଣ୍ଡର ଦୀପକ ଚାହର ଦଳକୁ ଫେରିଛନ୍ତି । ଆହତ କାରଣରୁ ଉଭୟ ଖେଳାଳି ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ଦୂରେଇ ଯାଉଥିଲେ । ଆହତ ହେତୁ ଦୀପକ ଆଇପିଏଲ୍ 2022 ରେ ମଧ୍ୟ ଭାଗ ନେଇପାରିନଥିଲେ ।


ସେୟାର କରନ୍ତୁ