ଆସନ୍ତୁ ଜାଣିବା ମଲ୍ଲୀ ଫୁଲର ଫାଇଦା, ତ୍ୱଚାରେ କେମିତି କରିବେ ବ୍ୟବହାର

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ସାଧାରଣତଃ ମଲ୍ଲୀ ଫୁଲକୁ ଗଜରା କରି ସ୍ତ୍ରୀ ଲୋକ କିମ୍ବା ଝିଅପିଲାମାନେ ବିବାହ ଆଦି ଦିନ ମାନଙ୍କରେ ମୁଣ୍ଡରେ ପିନ୍ଧିଥିବାର ଦେଖିଥିବେ । ସେମାନେ ମଧ୍ୟ କିଛି ଭଲ ଦିନ ବା ପର୍ବପର୍ବାଣୀ ଆଦିରେ ମଧ୍ୟ ଏହାକୁ ପିନ୍ଧିଥାନ୍ତି । ଏହି ମଲ୍ଲୀ ଫୁଲର ହାର ସେମାନଙ୍କ ମୁଣ୍ଡରେ ଅର୍ଥାତ୍‌ କେଶରେ ବହୁତ ଶୋଭା ପାଏ । ଏହାର ମନଲୋଭା ବାସ୍ନା ବି ଖୁବ୍‌ ସୁନ୍ଦର, ତେଣୁ ଏହାର ଅତର ଆଦି ମଧ୍ୟ ବଜାରରେ ମିଳିଥାଏ ।

କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ଏହା କେବଳ କେଶ କି ସୁଗନ୍ଧ ପାଇଁ ହିଁ ନୁହେଁ ବରଂ ଆପଣଙ୍କ ତ୍ବଚାର ବି ଶୋଭା ବଢାଇଥାଏ, ତାହେଲେ ଆପଣ ନିଶ୍ଚୟ ଖୁସି ହେବେ । ବାସ୍ତବରେ ଏହି କଥାଟି ସତ । ମଲ୍ଲୀ ଫୁଲର ତ୍ୱଚା ପ୍ରତି ଅନେକ ଉପକାରୀ ଗୁଣ ରହିଛି ।

ମଲ୍ଲୀ ଫୁଲକୁ ମୋଗରା, ଚମେଲି, ଅରେବିୟନ୍‌ ଜ୍ୟାସ୍‌ମିନ୍‌, ମଦନବନ, ସୟାଲି, କୁଣ୍ଡା ବା ମଲ୍ଲୀକା ଆଦି ନାମରେ ବି ଜଣାଯାଏ। ତେବେ ସୁଗନ୍ଧରେ ବ୍ୟବହୃତ ଏହି ମଲ୍ଲୀ ଫୁଲରେ ଭରୁପୁର ମାତ୍ରାରେ ମଶ୍ଚରାଇଜିଙ୍ଗ୍ ଗୁଣ ବି ରହିଛି । ଯାହା ସ୍କିନ୍‌ ପାଇଁ ଅତ୍ୟନ୍ତ ଲାଭଦାୟୀ ଅଟେ। ଏହାକୁ କିପରି ବ୍ୟବହାର କଲେ ଆପଣଙ୍କ ତ୍ବଚା ଏହି ଲାଭ ପାଇପାରିବ । ଆସନ୍ତୁ ଜାଣିବା…

  • ସ୍ମୁଥ୍ ସ୍କିନ୍ ପାଇଁ ମଲ୍ଲୀ ଫୁଲର ପ୍ୟୁରୀ ବା ମିଶ୍ରଣକୁ ନିଜ ମୁହଁରେ ଲଗାନ୍ତୁ । ଏହା ଆପଣଙ୍କ ସ୍କିନ୍‌କୁ ଡିପ୍‌ ମଶ୍ଚରାଇଜ୍‌ କରିବା ସାଙ୍ଗକୁ ସଫ୍ଟ ବନେଇଥାଏ । ମଲ୍ଲୀ ଫୁଲ ବ୍ୟବହୃତ ପ୍ରଡକ୍ଟ ବି ବ୍ୟବହାର କରିପାରିବେ ।
  • ଦୁର୍ଗନ୍ଧ ରୋକିବାରେ ସାହାଯ୍ୟ କରେ- ଅନେକ ଲୋକଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ । ଏହାକୁ ରୋକିବା ପାଇଁ ଘରେ ବନାନ୍ତୁ ମଲ୍ଲୀ ଫୁଲର ବଡି ସ୍ପ୍ରେ । ଏଥିପାଇଁ ଜସ୍ମିନ୍‌ ଏସେନ୍ସ ଅଏଲ୍‌ର ବ୍ୟବହାର କରିପାରିବେ । ଏଥିପାଇଁ ସ୍ପ୍ରେ ବୋତଲରେ ପାଣି ଓ ମଲ୍ଲୀ ଫୁଲର ତେଲ ମିଶାନ୍ତୁ । ଏହା ଏକ ସବୁଠାରୁ ପ୍ରଭାବଶାଳୀ ବ୍ୟୁଟି ହ୍ୟାକ୍, ଯାହାର ବ୍ୟବହାର ଆପଣଙ୍କ ତ୍ୱଚାକୁ ଚମକ ଆଣିବାରେ ସାହାଯ୍ୟ କରେ ।
  • ବ୍ରଣ ସମସ୍ୟା ଦୁର ହେବ- ଏହି ଆକ୍‌ନେ ସମସ୍ୟାକୁ ଦୁର କରିବା ପାଇଁ ମଲ୍ଲୀ ଫୁଲର ପାଖୁଡାକୁ ପେଷ୍ଟ କରି ସିଧା ସଳଖ ମୁହଁରେ ଲଗାନ୍ତୁ ।
  • ସନ୍‌ ଡ୍ୟାମେଜ୍‌- ସୁର୍ଯ୍ୟ କିରଣ ଦ୍ବାରା ହେଉଥିବା ସ୍କିନ୍ ଡ୍ୟାମେଜ୍‌କୁ ରୋକିବା ପାଇଁ ମଲ୍ଲୀ ଫୁଲର ରସକୁ ମୁଁହରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କୁ ତୁରନ୍ତ ଫ୍ରେଶ୍‌ ଅନୁଭବ ହେବ । ଆପଣଙ୍କ ଗାଧୋଇବା ପାଣିରେ ବି ଏହାର ପାଖୁଡା କିମ୍ବା ଏହାର ପେଷ୍ଟକୁ ପକାଇ ପାରିବେ । ଏହି ପାଣିରେ ଗାଧୋଇବା ଦ୍ବାରା ଆପଣଙ୍କୁ ସତେଜ ଅନୁଭବ ହେବ।
  • ଫେସ୍‌ ପ୍ୟାକ୍‌- ମଲ୍ଲୀ ଫୁଲର ପାଖୁଡାକୁ ସଫା କରି ଏହାର ପେଷ୍ଟ ବନାନ୍ତୁ । ଏହାକୁ ସିଧା ସ୍କିନ୍‌ରେ ଲଗାନ୍ତୁ। ଏହାକୁ 10 ରୁ 15 ମିନିଟ୍‌ ପର୍ଯ୍ୟନ୍ତ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
  • କେଶ ପାଇଁ ବି ବ୍ୟବହାର କରିପାରିବେ- ମଲ୍ଲୀ ଫୁଲର ହାରରେ ଆପଣ କେଶକୁ ସଜେଇଥିବେ ବା ଦେଖିଥିବେ ନିଶ୍ଚୟ । କିନ୍ତୁ କେଶର ଡିପ୍‌ କଣ୍ଡିସ୍‌ନିଂଙ୍ଗ୍ ପାଇଁ ବି ମଲ୍ଲୀ ଫୁଲକୁ ବ୍ୟବହାର କରିହେବ । ଏଥିପାଇଁ ମଲ୍ଲୀ ଫୁଲକୁ ଗରମ ପାଣିରେ ଭିଜେଇ ଥଣ୍ଡା କରନ୍ତୁ । ଥଣ୍ଡା ହେବା ପରେ ଏହାକୁ ଭଲଭାବେ କେଶ ଧୋଇବାରେ ବ୍ୟବହାର କରନ୍ତୁ । ଏହାଦ୍ୱାରା କେଶ ବହୁତ ଭଲରେ ସାଇନିଂ କରିଥାଏ ।

ସେୟାର କରନ୍ତୁ