କଣ ଶରୀର ଉପରେ ଦହି ପକାଇପାରେ କି ଖରାପ ପ୍ରଭାବ, ଆସନ୍ତୁ ଜାଣିବା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଦହି ଏମିତି ଏକ ଖାଦ୍ୟ ଯାହାକି ପ୍ରତେକ ଭାରତୀୟ ପସନ୍ଦ କରିଥାନ୍ତି । ଆମ୍ଭମାନଙ୍କୁ ସାଧାରଣତଃ ଦହି ଖାଇବାକୁ ଭଲ ଲାଗେ । ଗରମ ହେଉ କି ଅବା ଥଣ୍ଡା, ଏହାର ସ୍ଥିତି ଯେ କୌଣସି ରୂପରେ ଖାଦ୍ୟରେ ରହିଥାଏ । ଲୋକମାନେ ଏହାକୁ ଅଲଗା ଅଲଗା ଉପାୟରେ ଖାଇବାକୁ ପସନ୍ଦ କରନ୍ତି । ଏହାକୁ ଖାଇବା ଦ୍ୱାରା ଆମକୁ ଅନେକ ଲାଭ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଆସନ୍ତୁ ଜାଣିବା ଦହି ଖାଇବାର ଉପଯୁକ୍ତ ସମୟ ଏବଂ ଉପାୟ ।

ଦହି ଖାଇବାର ସଠିକ୍‌ ସମୟ :

-ଦହି ଖାଇବା ପାଇଁ ଉପଯୁକ୍ତ ସମୟ ଥାଏ । ଯାହା ହେଉଛି ଅପରାହ୍ନ। ଏହି ସମୟରେ ଖାଇବା ଦ୍ୱାରା ହଜମ ଭଲ ହୋଇଥାଏ । ରାତିରେ ଏହାକୁ ଖାଇବା ଦ୍ୱାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏହି କାରଣରୁ, ଶରୀରରେ ପିତ୍ତ ଏବଂ କଫ ସହ ଏସିଡିଟି ମଧ୍ୟ ସୃଷ୍ଟି ହେବାକୁ ଲାଗେ ।

-ଅପରାହ୍ନ ସମୟରେ ଦହି 1 ଗିନାରୁ ଅଧିକ ଖାଇବା ଉଚିତ୍ ନୁହେଁ । ଯଦି ଆପଣଙ୍କୁ ଥଣ୍ଡା ହୋଇଛି । ତେବେ ଏହାଠାରୁ ଦୂରେଇ ରହିବା ଠିକ୍ ହେବ । କେବଳ ସତେଜ ଦହି ଖାଇବା ଉଚିତ୍ । ଦୀର୍ଘ ସମୟ ଗଚ୍ଛିତ ଦହିକୁ ଖାଇବା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

-ଦହି ଖାଇବା ଦ୍ୱାରା ମୋଟାପଣ କମିଥାଏ । ଏହା କୋଲେଷ୍ଟ୍ରଲ ସ୍ତରକୁ ବଢିବାକୁ ଦିଏ ନାହିଁ ଏବଂ ରକ୍ତ ସଞ୍ଚାଳନରେ ମଧ୍ୟ ଉନ୍ନତି ଆଣିଥାଏ । ଏହା ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ।


ସେୟାର କରନ୍ତୁ