ଶ୍ରାବଣ ଶେଷ ସୋମବାରରେ ଅଷ୍ଟଶମ୍ଭୁ ମନ୍ଦିରରେ କାଉଡିଆଙ୍କ ଭିଡ଼

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର । ଏ ନେଇ ଚଳାଚଞ୍ଚ ରାଜ୍ୟର ସମସ୍ତ ଶୈବ ପୀଠ । ତେବେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କୁଆଳୁ ସ୍ଥିତ ପ୍ରସିଦ୍ଧ ସର୍ବ ପୁରାତନ ଶୈବ ପୀଠ, ଅଷ୍ଟଶମ୍ଭୁ ମନ୍ଦିରରେ ଜଳାଭିଷେକ ପାଇଁ ବହୁ ଦୂର ଦୁରାନ୍ତ ତଥା ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର କାଉଡିଆଙ୍କ ଭିଡ଼ ଲାଗି ଥିବା ବେଳେ ସ୍ଥାନୀୟ କାଉଡିଆଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା ।

ଏ ନେଇ ମନ୍ଦିର କମିଟି ପକ୍ଷରୁ କାଉଡିଆଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବାରିକେଟ ସହ ବିଶ୍ରାମ ସ୍ଥଳୀର ବ୍ୟବସ୍ଥା ହୋଇଥିଲା । ଯାହାଫଳରେ ଶ୍ରଦ୍ଧାଳୁ ମାନେ ଦୂର ଦୁରାନ୍ତରୁ ଆସି କିଛି ସମୟ ବିଶ୍ରାମ ନେବା ପରେ, ଧାଡିରେ ଛିଡା ହୋଇ ଜଳାଭିଷେକ କରିଥିଲେ । ଏହା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ତେବେ ଏ ନେଇ ଗତ କାଲି ଠାରୁ ବେଶ ଚଳ ଚଞ୍ଚଳ ହୋଇ ପଡିଛି ଶୈବ ପୀଠ ।


ସେୟାର କରନ୍ତୁ