ହାଇୱ। ଧକାରେ ବାଇକ ଆରୋହୀ ଗୁରୁତର

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ବୁଧବାର ସନ୍ଧ୍ୟା ସମୟରେ ଏକ ହାଇୱ। ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି l ବାଇକ ଆରୋହୀ ମାମୁଲି ପରିଡା ଏବଂ ତାଙ୍କ ସାଙ୍ଗରେ ଆଉ ଜଣେ ନିଜର କୌଣସି କାର୍ଯ୍ୟରେ ବାଇକ ଯୋଗେ କାମାକ୍ଷାନଗର ପଟରୁ ଯାଉଥିବା ସମୟରେ ପଛରୁ ଆସୁଥିବା ଏକ ହାଇୱ। ଧକ୍କାରେ ମୁକ୍ତାପସି ମେଡିକାଲ ଛକରେ ଦୁର୍ଘଟଣାର ଶିକାର ହୋଇଥିଲେ l ଯାହାଫଳରେ ଦୁଇ ବାଇକ ଆରୋହୀଙ୍କ ମଧ୍ୟରୁ ମାମୁଲି ପରିଡା ଗୁରୁତର ହୋଇଥିବା ଜଣାପଡିଛି l

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା 53 ନଂ ଜାତୀୟ ରାଜପଥ ମୁକ୍ତାପସି ମେଡିକାଲ ଛକରେ ଜୟପୁର କାଟେଣୀ ଗ୍ରାମର ମାମୁଲି ପରିଡା ଓ ତାଙ୍କ ସହ ଆଉ ଜଣେ ବାଇକରେ ଯିବା ସମୟରେ ଏକ ହାଇୱ। ଧକ୍କାରେ ଦୁର୍ଘଟଣାର ଶିକାର ହୋଇଥିଲେ l ଯାହା ଫଳରେ ମାମୁଲିଙ୍କ ଗୋଡ଼ରେ ଆଘାତ ଲାଗିବାରୁ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି l

ଗୁରୁତର ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ 108 ଆମ୍ବୁଲାଲାନ୍ସ ଯୋଗେ କାମାକ୍ଷାନଗର ଚିକିତ୍ସାଳୟ ନିଆଯାଇଛି l ତେବେ ଘଟଣାର ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।


ସେୟାର କରନ୍ତୁ