କେନାଲରେ ବୁଡି ମହିଳାଙ୍କ ମୃତ୍ୟୁ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ସୁନୀଲ କୁମାର ନାୟକ

ପରଜଙ୍ଗ : କେନାଲରେ ବୁଡି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ଥାନା ବୁଢିବିଲି ଗ୍ରାମରେ । ମୃତ ମହିଳା ଜଣକ ହେଲେ ତ୍ରିଲୋଚନ ମହାନ୍ତଙ୍କ ସ୍ତ୍ରୀ ସୁଶିଳା ମହାନ୍ତ ।

ସୂଚନା ଅନୁଯାୟୀ, ସୁଶିଳା (ମହିଳା ଚାଷୀ) ଗତ କାଲି ଅର୍ଥାତ ସୋମବାର ବିଲକୁ କାମକରିବାକୁ ଯାଇ ସନ୍ଧ୍ୟା ବେଳକୁ ରାମିଆଳ ବାମ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ । ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ କେନାଲରେ ବହୁ ଖୋଜା ଖୋଜି କରି ପାଇ ନଥିଲେ । ତେଣୁ ଆଜି ଅର୍ଥାତ ମଙ୍ଗଳବାର କେନାଲରୁ ପାଣି ବନ୍ଦ କରିବା ପରେ ତାଙ୍କ ମୃତଦେହ ସେହି କେନଲରେ ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଈଥିଲେ । ଖବର ପାଇ ଘଟଣା ସ୍ଥଳରେ କଙ୍କଡ଼ାହାଡ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇିଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।


ସେୟାର କରନ୍ତୁ