କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ହେଲେ ଦ୍ୱିତୀୟ ଥର କରୋନା ପଜିଟିଭ, ଟ୍ୱିଟ ଯୋଗେ ଦେଲେ ଏଭଳି ସୂଚନା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦ୍ୱିତୀୟ ଥର ପାଇଁ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ପ୍ରିୟଙ୍କା ଗାନ୍ଧୀ ନିଜେ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ପ୍ରିୟଙ୍କା କହିଛନ୍ତି ଯେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଅଛି । ସେବେଠାରୁ ସେ ଆୟୁସଲେଟ ହୋଇ ସମସ୍ତ କରୋନା ପ୍ରୋଟୋକଲ ଅନୁସରଣ କରୁଛନ୍ତି । କହିବା କି ପ୍ରିୟଙ୍କା ଗାନ୍ଧୀ ପୂର୍ବରୁ ଥରେ କରୋନାରେ ସଂକ୍ରମିତ ହୋଇଛନ୍ତି ।

କହିବାକି, ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ 3 ଜୁନ୍ ରେ କରୋନା ପଜିଟିଭ୍ ହୋଇଥିଲେ । ଏଥିସହିତ ପ୍ରିୟଙ୍କାଙ୍କ ମା ତଥା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ସେତେବେଳେ ପ୍ରିୟଙ୍କା ଟ୍ୱିଟ୍ କରି କହିଥିଲେ ଯେ ସାମାନ୍ୟ ଲକ୍ଷଣ ପରେ ସେ କରୋନା ପରୀକ୍ଷା କରିଛନ୍ତି । ଯାହାର ରିପୋର୍ଟ ପଜିଟିଭ ଆସିଅଛି । କରୋନା ରିପୋର୍ଟ ପଜିଟିଭ ହେବା ପରେ ପ୍ରିୟଙ୍କା ଗାନ୍ଧୀ ଘରେ ନିଜକୁ ଅଲଗା କରିଦେଇଛନ୍ତି । ଏହା ସହିତ, ତାଙ୍କ ସହିତ ଯୋଗାଯୋଗରେ ଆସିଥିବା ସମସ୍ତ ଲୋକଙ୍କୁ ସେ ନିଜର ଯତ୍ନ ନେବାକୁ କହିଥିଲେ ।


ସେୟାର କରନ୍ତୁ