ବିହାରରେ ଗଠବନ୍ଧନର ନୂଆ ସରକାର ଶପଥ ଗ୍ରହଣ ଆସନ୍ତାକାଲି ଅପରାହ୍ନ 4 ଟାରେ

ଦେଶବିଦେଶ
ସେୟାର କରନ୍ତୁ

ବିହାର ପଲିଟିକ୍ସ : ବିହାରରେ ଗଠବନ୍ଧନର ନୂଆ ସରକାର ଶପଥ ଗ୍ରହଣ ଆସନ୍ତାକାଲି ଅପରାହ୍ନ 4 ଟାରେ ହେବାକୁ ଯାଉଛି । ତେଜସ୍ୱୀ ଯାଦବ ଏବଂ ଗଠବନ୍ଧନର ନେତାଙ୍କ ସହ ମିଶି ନୀତୀଶ କୁମାର ବିହାରରେ ଏକ ନୂତନ ସରକାର ଗଠନ ପାଇଁ ଦାବି କରିଛନ୍ତି । ରାଜ୍ୟପାଳଙ୍କୁ ଦାଖଲ କରାଯାଇଥିବା ଚିଠିରେ 164 ଜଣ ବିଧାୟକଙ୍କ ସମର୍ଥନ ରହିଛି । ଏଥିରେ ସାତୋଟି ଦଳର ବିଧାୟକ ଅନ୍ତର୍ଭୁକ୍ତ ଅଛନ୍ତି । ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବା ପରେ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିଥିଲେ । ମିଳିତ ଆଲୋଚନାରେ ନୀତୀଶ କୁମାର କହିଛନ୍ତି, “ମୁଁ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଏଠାକୁ ଆସିଥିଲି ଏବଂ ବିହାର ସେବା କରିବା ଆମର ଏଜେଣ୍ଡା ଅଟେ । ଆମର ସାତୋଟି ଦଳର ସମର୍ଥନ ରହିଛି । ଏଥିରେ ବାମପନ୍ଥୀ ଏବଂ ଜିତନ ରାମ ମାଂଝୀଙ୍କ ଦଳ ମଧ୍ୟ ସାମିଲ ଅଛନ୍ତି ।” ନୀତୀଶ କୁମାର ମଧ୍ୟ ଆରସିପି ସିଂହଙ୍କ ନାମ ନ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ।

ତେଜସ୍ୱୀ ଯାଦବ କହିଛନ୍ତି, “ବିଜେପିର କୌଣସି ସହଯୋଗୀ ପାର୍ଟନର ନାହିଁ, ଇତିହାସ ଦର୍ଶାଏ ଯେ ଭାଜପା ଯେଉଁ ଦଳ ସହ ମିଶିଛି ସେହି ଦଳକୁ ଧ୍ୱଂସ କରିଦେଉଛି । ପଞ୍ଜାବ ଏବଂ ମହାରାଷ୍ଟ୍ରରେ ଯାହା ଘଟିଛି ଆମେ ଦେଖିଛୁ । ବିହାରରେ ଯାହା ଘଟୁଛି, ଏହା କାହାକୁ ଅଛପା ନାହିଁ । ଲୋକମାନେ ବିକଳ୍ପ ଚାହୁଁଛନ୍ତି । ବିହାରକୁ ସ୍ୱତନ୍ତ୍ର ମାନ୍ୟତା ମିଳିନାହିଁ । ନୀତୀଶ କୁମାର ତାଙ୍କ କାମ କରିଥିଲେ, ସେ ଏହି ଦାବିକୁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରଖିଥିଲେ କିନ୍ତୁ ତାଙ୍କର ଦାବି ଗ୍ରହଣ କରାଯାଇନଥିଲା । ଆଜି ଭାଜପାକୁ ଛାଡି ସମସ୍ତ ଦଳ ଏବଂ ସଦସ୍ୟ ନୀତୀଶ କୁମାରଙ୍କୁ ସେମାନଙ୍କର ନେତା ଭାବେ ଗ୍ରହଣ କରିଛନ୍ତି ।

କଣ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାଥୀ ହେବେ ନୀତିଶ କୁମାର ?

ପ୍ରମୁଖ ଗଣମାଧ୍ୟମ ଅନୁଯାୟୀ, ଏହି ପ୍ରଶ୍ନର ଉତ୍ତରରେ ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ବର୍ତ୍ତମାନ ନୀତୀଶ କୁମାର ହେଉଛନ୍ତି ଦେଶର ସବୁଠାରୁ ଅଭିଜ୍ଞ ମୁଖ୍ୟମନ୍ତ୍ରୀ । ଆମକୁ ଦେଶର ସମ୍ବିଧାନ ବଞ୍ଚାଇବାକୁ ପଡିବ । ଦେଶର ପରିବେଶ ନଷ୍ଟ ହେଉଛି ବୋଲି ତେଜସ୍ୱୀ ଅଭିଯୋଗ କରିଛନ୍ତି । ନୀତୀଶ କୁମାର ନିର୍ଭୟରେ ଏହି ନିଷ୍ପତ୍ତି ନେଇଛନ୍ତି । ବିହାରରେ ବିଜେପିର ଏଜେଣ୍ଡା କାର୍ଯ୍ୟକାରୀ ହେବାକୁ ଦିଆଯିବ ନାହିଁ । ତେଜସ୍ୱୀ ଯାଦବ କହିଛନ୍ତି ଯେ ଏହା ତାଙ୍କର ନିଜର ଲାଭ ନୁହେଁ, କିନ୍ତୁ ବିହାରର ଲୋକଙ୍କ ପାଇଁ ପଦକ୍ଷେପ ନିଆଯାଇଛି ।


ସେୟାର କରନ୍ତୁ