ମହାନଦୀରେ ଜଳସ୍ତର ବଢୁଛି, ଭଟ୍ଟାରିକା ମନ୍ଦିରକୁ ଲାଗିଲା ପାଣି

ରାଜ୍ୟ
ସେୟାର କରନ୍ତୁ

କଟକ : ରାଜ୍ୟରେ ଅତ୍ୟଧିକ ବର୍ଷା କାରଣରୁ ଏବେ କେତେକ ଜାଗାରେ ବନ୍ୟା ପରିସ୍ଥିତି ଉପୁଜିବାକୁ ବସିଲାଣି । ଦେଖିବାକୁ ମିଳୁଛି ଯେ ଭଟ୍ଟାରିକା ମନ୍ଦିରର ପ୍ରଙ୍ଗଣକୁ ଛୁଇଁଛି ମହାନଦୀ ବନ୍ୟାଜଳ । ଏ ବର୍ଷର ପ୍ରଥମ ବନ୍ୟାଜଳ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ଛୁଇଁଛି । ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ବନ୍ୟାଜଳ ମା ଙ୍କ ମନ୍ଦିରରେ ପ୍ରବେଶ କରିନାହିଁ । କିନ୍ତୁ ମାଙ୍କ ମନ୍ଦିରର ମୁଖଶାଳାର ପାହାଚକୁ ବନ୍ୟାଜଳ ସ୍ପର୍ଶ କରିଥିବା ଜଣାପଡୁଛି । ମନ୍ଦିର ବେଢ଼ା ଚତୁର୍ପାଶ୍ୱରେ ଲାଗିଥିବା ଲାଇଟ ଓ ଯଜ୍ଞ ମଣ୍ଡପରେ ଲାଗିଥିବା ଅସ୍ଥାୟୀ ପ୍ରାଚୀରକୁ ମଧ୍ୟ ଖୋଲି ଦିଆଯାଉଛି । ମାଆଙ୍କ ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ଦେବୋତ୍ତର ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି ।


ସେୟାର କରନ୍ତୁ