‘AAP ତୋଡ଼ିକି ବିଜେପିକୁ ଆସ, ବନ୍ଦ କରି ଦିଆଯିବ CBI-EDର କେସ..’, ମନୀଷ ସିସୋଦିଆଙ୍କ ଟ୍ୱିଟ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରରେ ଡେପୁଟି ସିଏମ୍ ଏବଂ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ ଦାବି କରିଛନ୍ତି ଯେ ତାଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ଅଫର ମିଳିଛି । ସେ ଏକ ଟୁଇଟ୍‌ରେ ଦାବି କରିଛନ୍ତି ଯେ ବିଜେପି ତାଙ୍କୁ AAP ଭାଙ୍ଗିବା ଏବଂ ଦଳରେ ଯୋଗଦେବା ପାଇଁ ଏକ ବାର୍ତ୍ତା ଦେଇଛି । ଟୁଇଟ୍‌ରେ ସିସୋଦିଆ ଦାବି କରିଛନ୍ତି ଯେ ତାଙ୍କୁ ପଠାଯାଇଥିବା ବାର୍ତ୍ତାରେ ବିଜେପି କହିଛି ଯେ ଯଦି ସେ ଏହା କରନ୍ତି ତେବେ ସିବିଆଇ-ଇଡି ମାମଲା ବନ୍ଦ ହୋଇଯିବ ।

AAP ନେତା ଟ୍ୱିଟ୍ କରିଛନ୍ତି- ” ମୋ ପାଖକୁ ବିଜେପିର ବାର୍ତ୍ତା ଆସିଛି -” AAP “କୁ ଭାଙ୍ଗିକି ବିଜେପିକୁ ଆସ, ସମସ୍ତ ସିବିଆଇ ଇଡି ମାମଲା ବନ୍ଦ ହୋଇଯିବ । ବିଜେପିକୁ ମୋର ଉତ୍ତର- ମୁଁ ମହାରାଣା ପ୍ରତାପଙ୍କ ବଂଶଧର ରାଜପୁତ ଅଟେ । ମୁଣ୍ଡ କଟିଯାଇପାରେ କିନ୍ତୁ ଭ୍ରଷ୍ଟାଚାରୀ, ଷଡଯନ୍ତ୍ରକାରୀଙ୍କ ଆଗରେ ନଇଁବି ନାହିଁ। ମୋ ବିରୁଦ୍ଧରେ ଥିବା ସମସ୍ତ ମାମଲା ମିଥ୍ୟା ଅଟେ । ଆପଣ ଯାହା କରିବାକୁ ଚାହାଁନ୍ତି ତାହା କରନ୍ତୁ। “

ଦିଲ୍ଲୀର ନୂତନ ଏକ୍ସାଇଜ୍ ପଲିସି ସଂପର୍କରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତାଙ୍କ ବିରୋଧରେ ଚାଲିଥିବା ବେଳେ AAP ନେତା ଏହି ଦାବି କରିଛନ୍ତି । ଏହି ଅଭିଯୋଗରେ ସେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ଏହି ମାମଲାରେ ପ୍ରାୟ 13 ଜଣଙ୍କ ଠାରେ ସିବିଆଇ ଚଢ଼ାଉ କରି ଅନେକ ଦଲିଲ ଜବତ କରିଛି । ବିଜେପି ଦାବି କରିଛି ଯେ ଏହି ଏକ୍ସାଇଜ୍ ନୀତି ମାଧ୍ୟମରେ ଆମ୍ ଆଦମୀ ପାର୍ଟି ଏହାର ନିକଟତମ ଲୋକଙ୍କୁ ଉପକୃତ କରିଛି, ଯେଉଁଥିପାଇଁ ଦିଲ୍ଲୀ ସରକାର ଆର୍ଥିକ କ୍ଷତି ସହିଛନ୍ତି ।


ସେୟାର କରନ୍ତୁ