ରାହୁଲ ଦ୍ରାବିଡ ହେଲେ କରୋନା ପଜିଟିଭ, ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା

ଖେଳ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଅଗଷ୍ଟ 27 ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କ କରୋନା ଭାଇରସ୍ ରିପୋର୍ଟ ପଜିଟିଭ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ରାହୁଲ ଦ୍ରାବିଡ ୟୁଏଇ ଯିବା ପୂର୍ବରୁ କୋଭିଡ -19 ପରୀକ୍ଷା କରାଯାଇଥିଲା । ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଏସିଆ କପ୍‌ର ଉଦଘାଟନୀ ମ୍ୟାଚରେ ଭିଭିଏସ୍ ଲକ୍ଷ୍ମଣ ମୁଖ୍ୟ ପ୍ରଶିକ୍ଷକଙ୍କ ଭୂମିକା ଗ୍ରହଣ କରିପାରନ୍ତି ଅଟକଳ ଲଗାଯାଉଛି ।

ତେବେ ରାହୁଲ ଦ୍ରାବିଡଙ୍କ ବିଷୟରେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଅପଡେଟ୍ ଜାରି କରାଯାଇ ନାହିଁ । ଏହାପୂର୍ବରୁ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟଭାର ପରିଚାଳନା ପାଇଁ ଜିମ୍ବାୱେ ଗସ୍ତରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ପଠାଯାଇଥିଲା ।

ରାହୁଲ ଦ୍ରାବିଡଙ୍କ ଅନୁପସ୍ଥିତିରେ ଭିଭିଏସ୍ ଲକ୍ଷ୍ମଣ ମୁଖ୍ୟ ପ୍ରଶିକ୍ଷକ ଭୂମିକା ଗ୍ରହଣ କରିବା ପ୍ରାୟ ଥୟ ହୋଇପାରେ । ଲକ୍ଷ୍ମଣ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ଅଟନ୍ତି । କେବଳ ଏତିକି ନୁହେଁ, ଲକ୍ଷ୍ମଣ ଗତ ତିନି ମାସ ମଧ୍ୟରେ ଟିମ୍ ଇଣ୍ଡିଆ ସହିତ ଜଡିତ ଅଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି -20 ସିରିଜର ଶେଷ ମ୍ୟାଚରେ ଲକ୍ଷ୍ମଣ ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ଥିଲେ ।


ସେୟାର କରନ୍ତୁ