ଆସନ୍ତୁ ଜାଣିବା ଏମିତି ଜଣେ ମଣିଷକୁ ଯେକି ଏକାଧାରରେ ଜଣେ ଶିକ୍ଷକ ଏବଂ ଶିଳ୍ପୀ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ସୁନୀଲ କୁମାର ନାୟକ

କାମାକ୍ଷାନଗର : କଳାକୁ ଭଗବାନଙ୍କର ଆଶୀର୍ବାଦ ବୋଲି ବିବେଚନା କରାଯାଏ l ଦୁନିଆରେ ବହୁତ ଲୋକଙ୍କ ପାଖରେ ବିଭିର୍ନ ପ୍ରକାର କଳା ରହିଅଛି l ଆଗରୁ କଳାକୁ ନେଇ ବଞ୍ଚିବା ଏକ ପ୍ରକାର କଷ୍ଟ ହେଉଥିଲା l କିନ୍ତୁ ଏବେ ଏହି କଳାକୁ ପେସା କରି ବଞ୍ଚି ହେଉଥିବା ଦେଖାଯାଉଛି l ଆଜି ଆମେ ଏମିତି ଜଣେ ନିଆରା ମଣିଷଙ୍କ ବିଷୟରେ ଆଲୋଚନା କରିବା, ଯେକି ଯେକି ଏକାଧାରରେ ଜଣେ ଶିକ୍ଷକ ଏବଂ ଶିଳ୍ପୀ ଅଟନ୍ତି l

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଜିରିଡାମାଳି ଗାଁ’ର ଦୁଃର୍ଯୟ କୁମାର ସାହୁ l ଏକାଧାରରେ ଜଣେ ଶିକ୍ଷକ ଏବଂ ଶିଳ୍ପୀ l ପିଲାଟି ଦିନୁ ଦରିଦ୍ରତା ଭିତରେ ବଢିଥିବା ଦୁଃର୍ଯୟ ଭୁବନେଶ୍ୱର ବିକେ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜରେ ସ୍ନାତକ ହାସଲ କରିଥିଲେ l ପରେ ପାଞ୍ଚ ବର୍ଷ ବିଶିଷ୍ଟ ଶିଳ୍ପୀ ଜଗନ୍ନାଥ ପଣ୍ଡାଙ୍କ ନିକଟରେ ରହି ମୂର୍ତ୍ତି ତିଆରି କଳାକୁ ନିଖୁଣ ଭାବରେ ଶିଖିଥିଲେ l ନିଜ ଗ୍ରାମରେ ରହି ଦୁଃର୍ଯୟ ଏବେ ବାଇସିଙ୍ଗl ପଞ୍ଚାୟତର ସ୍କୁଲରେ କଳା ଶିକ୍ଷକ ଭାବେ କଣ୍ଟ୍ରାକଚୁଆଲରେ ଶିକ୍ଷକତା କରୁଛନ୍ତି l କିନ୍ତୁ ତାସହିତ ମୂର୍ତ୍ତି ଗଢିବା କଳାକୁ ସେ ଛାଡି ନାହାଁନ୍ତି l ନିଜର ଏକ ୱାର୍କସପ ଜରିଆରେ ମୂର୍ତ୍ତି ଗଢି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି l

ତେବେ ସରକାରଙ୍କର ବ୍ୟବସ୍ଥା ମୁତାବକ, ଆର୍ଟ ଶିକ୍ଷକତାରୁ ଯେଉଁ ଦରମା ମିଳେ ତାହା ପରିବାର ଚଳାଇବାକୁ ନିୟଣ୍ଟ ହୋଇଥାଏ l କିନ୍ତୁ ଏହି ୱାର୍କସପରୁ ଯେତିକି ଆୟ ହୁଏ ତାହା ତାଙ୍କ ପରିବାର ଚଳିବା ସହିତ ସେଠାରେ ନିୟୋଜିତ ହୋଇଥିବା ଯୁବକଙ୍କ ପରିବାରଙ୍କୁ ମଧ୍ୟ ଚଳାଇଥାଏ l ନିର୍ଜୀବ ପଥରରେ କେମିତି ଜୀବନ ଦିଆଯାଏ ସେ କଳା ଦୁର୍ଯୟଙ୍କୁ ଜଣା l ସେଥିପାଇଁ ଓଡିଶାର କୋଣ ଅନୁକୋଣରୁ ତାଙ୍କ ପାଖକୁ ମୂର୍ତ୍ତି ତିଆରି ପାଇଁ ଅନେକ ସମୟରେ ବରାଦ ଆସିଥାଏ l


ସେୟାର କରନ୍ତୁ