ହାତରେ ବନ୍ଧୁକ ଧରି ଶତ୍ରୁଙ୍କୁ ଗୁଳି ବର୍ଷା କରୁଛନ୍ତି ପରିଣୀତି ଚୋପ୍ରା, ଦମଦାର ଅଟେ ଟିଜର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା କିଛି ଦିନ ହେବ ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ ଏବଂ ବର୍ତ୍ତମାନ ସେ ନିଜର ନୂଆ ଫିଲ୍ମ ସହିତ ଫେରିବାକୁ ପ୍ରସ୍ତୁତ ଅଛନ୍ତି । ପରଦାରେ ବିଭିନ୍ନ ଚରିତ୍ର ଖେଳିବା ପରେ ପରିଣୀତି ଚୋପ୍ରା ବର୍ତ୍ତମାନ ଏକ ଆକ୍ସନ୍ ଅବତାରରେ ଦର୍ଶକଙ୍କ ସାମ୍ନାରେ ଦେଖାଯିବେ । କିଛି ସମୟ ହେବ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘କୋଡ୍ ନେମ ତିରଙ୍ଗା’ (Code Name Tiranga) ପାଇଁ ଚର୍ଚାରେ ଅଛନ୍ତି । ଯାହାର ଟିଜର ନିକଟରେ ରିଲିଜ୍ ହୋଇଛି ।

ବାସ୍ତବରେ ପରିଣୀତି ଚୋପ୍ରାଙ୍କ ଆଗାମୀ ଚଳଚ୍ଚିତ୍ର ‘କୋଡ୍ ନେମ ତିରଙ୍ଗା’ର ଟିଜର ଆଉଟ ହୋଇଛି । ଏଥିରେ ଅଭିନେତ୍ରୀଙ୍କ ଏପରି ଶୈଳୀ ଦେଖାଯାଉଛି, ଯାହା ପୂର୍ବରୁ କେହି ଦେଖି ନଥିବେ । ଗାୟକ-ଅଭିନେତା ହାର୍ଡ଼ି ସନ୍ଧୁ ଟିଜରରେ ଏକ ଆକର୍ଷଣୀୟ ଅନ୍ଦାଜରେ ନଜର ଆସିଛନ୍ତି | ସେ ମୁହଁରେ ହସ ଫୁଟାଇ ପ୍ରଶଂସକଙ୍କ ହୃଦୟ ଜିତୁଛନ୍ତି ।ଏଥିସହିତ ହାତରେ ବନ୍ଧୁକ ଧରି ଗୁଳି ବର୍ଷା କରୁଥିବା ପରିଣୀତିଙ୍କ ଅନ୍ଦାଜ ଦେଖିବାକୁ ମିଳୁଅଛି । ଆହତ ଅବସ୍ଥାରେ ମଧ୍ୟ ତାଙ୍କ ମୁହଁରେ ଫାଇଟ କରିବାର ଶକ୍ତି ଏବଂ ସାହସ ଦୃଶ୍ୟମାନ ହୁଏ ।

ଏହି ଚଳଚ୍ଚିତ୍ରଟି ଏକ ଗୁପ୍ତଚର ଥ୍ରୀଲର ପ୍ରେମ କାହାଣୀ ଅଟେ, ଯେଉଁଥିରେ ପରିଣୀତି RAW ଏଜେଣ୍ଟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ରିଭୂ ଦାସଗୁପ୍ତ ଡାଇରେକ୍ଟ କରିଛନ୍ତି ଏବଂ ଭୂଷଣ କୁମାର ଏବଂ କୃଷ୍ଣ କୁମାର ନିର୍ଦ୍ଦେଶନା ଦେଇଛନ୍ତି । ପରିଣୀତି-ହାର୍ଡ଼ିଙ୍କ ବ୍ୟତୀତ ଶରଦ କେଲକର, ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ, ଶିଶିର ଶର୍ମା, ସାବ୍ୟାସୀ ଚକ୍ରବର୍ତ୍ତୀଙ୍କ ଭଳି ଭେଟେରାନ ଅଭିନେତା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଏଥି ସହିତ, ଏହି ଚଳଚ୍ଚିତ୍ରଟି ଅକ୍ଟୋବର 14 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ଏହି ଚଳଚ୍ଚିତ୍ର ମାଧ୍ୟମରେ ପୁଣି ଥରେ ପରିଣୀତି ତାଙ୍କ ଚମତ୍କାର ଅଭିନୟ ଦକ୍ଷତା ସହିତ ଦର୍ଶକଙ୍କୁ ଦେଖାଇବାକୁ ପ୍ରସ୍ତୁତ । ଏହା ବ୍ୟତୀତ ସେ ସୋରାଜ ବଡ଼ଜାତ୍ୟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଉଞ୍ଚାଇ’ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ବୋମନ ଇରାନୀ, ଅନୁପମ ଖେର, ନୀନା ଗୁପ୍ତା, ସାରିକା ଏବଂ ଡାନି ଡେଂଜଗୋପା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।


ସେୟାର କରନ୍ତୁ