ନାଗାର୍ଜୁନ କଲେ 35 ବର୍ଷୀୟ ହିରୋଇନଙ୍କ ସହ ରୋମାନ୍ସ , ଅଭିନେତ୍ରୀ ସେୟାର କଲେ ରୋମାଣ୍ଟିକ ଫଟୋ

ସିନେମା
ସେୟାର କରନ୍ତୁ

ମୁମ୍ଵାଇ : ମିଡିଆରେ ବହୁତ ଭଲ ପ୍ରତିକ୍ରିୟା ପାଇଛି । ଏଥି ସହିତ, ଫିଲ୍ମର ଆଉ କିଛି ଅପଡେଟ୍‌ ସାମ୍ନାକୁ ଆସିଛି । ଯେଉଁଥିରେ ନାଗାର୍ଜୁନ ଏବଂ ସୋନଲ ଚୌହାନଙ୍କ ମଧ୍ୟରେ ଧକାଦାର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହା ପ୍ରଥମ ଥର ପାଇଁ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ନାଗାର୍ଜୁନ ଏବଂ ସୋନଲଙ୍କ ଏହି ଫଟୋ ଗୁଡିକ ଗୁଡ଼ିକ ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି କି ସେମାନଙ୍କ ଜବରଦସ୍ତ କେମେଷ୍ଟ୍ରି ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିବ । ଫଟୋ ଗୁଡିକ ଆପଣ ଦେଖିପାରିବେ ଯେ ଅଭିନେତା ତଥା ନାଗାର୍ଜୁନଙ୍କ କୋଳରେ ସୋନାଲ ବସିଛନ୍ତି ।

ଏହି ଫଟୋ ଗୁଡ଼ିକ ଫିଲ୍ମର ‘ବେଗମ୍’ ଗୀତରୁ ଆସିଛି । ପୋଷ୍ଟର ସେୟାର କରିବା ସହିତ ସୋନାଲ ଲେଖିଛନ୍ତି, ‘ରୋମାନ୍ସ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ରୋମାଣ୍ଟିକ୍ ସିଙ୍ଗଲ୍ ‘ବେଗମ୍’ 16 ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା ​​। ପୋଷ୍ଟର ଦେଖି ପ୍ରଶଂସକମାନେ ମନ୍ତବ୍ୟ ଦେଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରବୀଣ ସତ୍ତାରୁ ଦେଇଥିବା ବେଳେ ଜବରଦସ୍ତ ଆକ୍ସନ୍ ଏବଂ ରୋମାନ୍ସ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ଅକ୍ଟୋବର 5 ରେ ମୁକ୍ତିଲାଭ କରିବାକୁ ଯାଉଛି ।


ସେୟାର କରନ୍ତୁ