ଆଇନଜିବିଙ୍କୁ ମରଣାତ୍ମକ ଆକ୍ରମଣରେ ପୋଲିସର ନିସ୍କ୍ରିୟତା ପ୍ରତିବାଦରେ କାମାକ୍ଷାନଗର 12 ଘଣ୍ଟିଆ ବନ୍ଦ ଡାକରା

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ସୁନୀଲ କୁମାର ନାୟକ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓକିଲ ସଂଙ୍ଘ ଅଜି 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଜଣେ ବରିଷ୍ଠ ଆଇନଜୀବିଙ୍କୁ ମରଣାତ୍ମକ ଆକ୍ରମଣ ଓ ପୋଲିସର ନିସ୍କ୍ରିୟତା ଯୋଗୁ ଏହିଡାକରା ଦିଆଯାଇଛି । ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ସମ୍ପୁଣ୍ଣ ଗାଡି ଚଳାଚଳ ବନ୍ଦ ରହିବା ସହ, ସରକାରି ବେସରକାରୀ ସ୍କୁଲ କଲେଜ ବ୍ୟାଙ୍କ ଓ ସମସ୍ତ ଅଫିସ ବନ୍ଦ ରହିବ ।

ଗତମାସ 28 ତାରିଖ ବୁଧବାର ରାତି ସମୟରେ ବାଲିଗୋରଡ ସ୍ଥିତ ଏକ ହୋଟେଲକୁ ଦୁଜଣ ଆଇନଜୀବି ଓ ଦୁଇଜଣ କୋର୍ଟ କର୍ମଚାରି ଖାଇବାକୁ ଯାଇଥିଲେ । ସେଠାରେ ସାମାନ୍ୟ କଥାକୁ ନେଇ 6 ରୁ 7 ଜଣ ଯୁବକ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଦେଇଥିଲେ। ଫଳରେ 4 ଜଣଯାକ ମୁମୁର୍ଷ ଅବସ୍ଥାରେ ସେହିଠାରେ ପଡିରହିଥିଲେ । ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାରକରି କାମାକ୍ଷାନଗର ମେଡିକାଲରେ ଭର୍ତିକରିଥିଲେ । ସେଠାରେ ଡାକ୍ତର ବରିଷ୍ଠ ଆଇନଜୀବି ଶସଧର ମାହାନ୍ତିଙ୍କୁ କଟକ ସ୍ଥାନାନ୍ତର କରିଥିବା ବେଳେ ଅନ୍ୟ ତିନିଜଣଙ୍କୁ ସେହିଠାରେ ଚିକତ୍ସିତ ହେଉଥିଲେ ।

ତେବେ ଦିର୍ଘ 15 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କେବଳ ଜଣକୁ ଧରି କୋର୍ଟଚାଲଣ କରି ହାତବାନ୍ଧି ବସିଥିବା ବେଳେ ବାକି ଦୁର୍ବୁତ୍ତ ମାନେ ଖୋଲା ବୁଲୁଛନ୍ତି । ଏନେଇ ଓକିଲ ସଂଙ୍ଘ ତରଫରୁ ସେମାନଙ୍କୁ ଗିରଫ ଦାବି କରୁଥିଲେ ମଧ୍ୟ ପୋଲିସର ଆଖିଦୃଷ୍ଟିଆ ପଦଖେପ ନେଉନାହିଁ । ଯାହାଫଳରେ ଆଜି 12 ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ଗତକାଲି ଡାକବାଜି ଯନ୍ତ୍ର ଦ୍ବାର ସମସ୍ତ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଏହି ବନ୍ଦକୁ 12 ଟି ସଂଗଠନ ଘରୋଇ ବସ ମାଲିକ ସଂଙ୍ଘ, ଟ୍ୟାକ୍ସି ସଂଙ୍ଘ, ବଣିକ ସଂଙ୍ଘ, ଅବସରପ୍ରାପ୍ତ ସୈନିକ ସଂଙ୍ଘ, ସାମ୍ବାଦିକ ସଂଙ୍ଘ, ବରିଷ୍ଠ ନାଗରିକ ମଞ୍ଚ ଓ ମହୁରିୟର ସଂଙ୍ଘ ଇତ୍ୟାଦି ବନ୍ଦକୁ ସମର୍ଥନ କରୁଛନ୍ତି ।

ଅଧିକ ପଢନ୍ତୁ ଜନ୍ମ ଦିନ ଖବର-
HAPPY BIRTH DAY- କୁମାର ଅଂଶୁମାନ (ସାଇ), ତାରିଖ -14/10/2022, ଶୁକ୍ରବାର ଦିନ ମୋର ଷଷ୍ଠ ବାର୍ଷିକ ଜନ୍ମଦିନ ରେ ସମଗ୍ର ଓଡିଶା ବାସୀ ମୋତେ ଆଶ୍ରିବାଦ କରନ୍ତୁ । ଶୁଭେଚ୍ଛା -ଜେଜେ, ଜେଜେମା, ବଡ଼ ଜେଜେ, ବଡ ଜେଜେମା ସାନ ଜେଜେ, ବାବା, ମାମା, ସାନ ବା,ଅଜା, ଆଇ,ମାମୁଁ, ମାଇଁ ପରିବାର ଓ ବନ୍ଧୁ ବର୍ଗ…


ସେୟାର କରନ୍ତୁ