ରାଜ୍ୟରେ ତିନିଦିନ ପାଗ ରହିବ ଶୁଖିଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଏବେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ଆଗାମୀ ତିନିଦିନ ଅର୍ଥାତ 18 ତାରିଖ ଯାଏ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । କିନ୍ତୁ ବିସ୍ତୃତ ବର୍ଷାର ଆଦୌ ସମ୍ଭାବନା ନାହିଁ । ତେବେ 18 ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହା ଅବପାତ ରୂପ ନେବାର ସମ୍ଭାବନା ରହିଅଛି ବୋଲି ପୂର୍ବାନୁମାନ କରାଯାଇଛି ।


ସେୟାର କରନ୍ତୁ