ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା, ପ୍ରଚାରର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା ହୋଇଛି । ବିଜେଡି 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏହି ପ୍ରଚାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାରର ମଙ୍ଗ ଧରୁଛନ୍ତି ।

ସେହିପରି ବିଜେଡି ପକ୍ଷରୁ ଜାରି ଷ୍ଟାର ପ୍ରଚାରକ ତାଲିକାରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ଭିତରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତିରଞ୍ଜନ ଘଡ଼ାଇ, ଅଶ୍ୱନୀ ପାତ୍ର ଓ ରାଜେନ୍ଦ୍ର ଢ଼ୋଲକିଆଙ୍କ ନାଆଁ ରହିଛି । ଯେଉଁ 4 ସାଂସଦଙ୍କୁ ଏଥିରେ ସାମିଲ କରାଯାଇଛି, ସେମାନେ ହେଲେ ମୁନ୍ନା ଖାଁ, ସୁଲତା ଦେଓ, ଶର୍ମିଷ୍ଠା ସେଠୀ ଓ ମଞ୍ଜୁଲତାି ମଣ୍ଡଳ ।

ଏଣେ ବିଜେଡିର ଛାତ୍ର ସଂଗଠନ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ଯୁବ ମୋର୍ଚ୍ଚାର, ସଭାପତି ବ୍ୟୋମକେଶ ରାୟ ଓ ଓ ମହିଳା ମୋର୍ଚ୍ଚା ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ରହିଛି । ସେହିପରି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଶ୍ରୀମୟୀ ମିଶ୍ର, ଆକାଶ ଦାସ ନାୟକ, ସତ୍ୟବ୍ରତ ତ୍ରିପାଠୀ, ଏଲିନା ଦାସ ଓ ଅରିନ୍ଦମ ରାୟଙ୍କ ସମେତ ମୋଟ 40 ଜଣଙ୍କୁ ସାମିଲ କରାଯାଇଛି ।


ସେୟାର କରନ୍ତୁ