ଗୁମ୍ମା ଘାଟିରେ ଓଲଟିଲା ଟ୍ରକ, ଆହତଙ୍କୁ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ରାଜ୍ୟ
ସେୟାର କରନ୍ତୁ

ରାୟଗଡ଼ା: ଆଜି ସକାଳେ 326 ନଂ ଜାତୀୟ ରାଜପଥର ଗୁମ୍ମା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଏକ କାଠ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଛି । ତେବେ ସୌଭାଗ୍ୟବଶତଃ ଗାଡିର ଡ୍ରାଇଭର, ହେଲପର ଓ ମାଲିକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

ଆଜି ସକାଳେ ଟ୍ରକଟି କାଠ ବୋଝେଇ କରି ଜେକେ କାଗଜକଳକୁ ଯାଉଥିଲା । ଟ୍ରକଟି ଘାଟିରୁ ଓଲ୍ହାଉ ଥିବା ବେଳେ ବ୍ରେକ ଫେଲ ହୋଇଯାଇଥିଲା, ଯାହା ଫଳରେ ଗାଡିଟି ଘାଟି ତଳକୁ ଖସି ପଡିଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଭିତରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି । ଖବର ପାଇ ରାୟଗଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଜରିଆରେ ଆହତଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି ।


ସେୟାର କରନ୍ତୁ