ପଦ୍ମପୁର ଉପନିର୍ବାଚନ: ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା ଇଭିଏମ

ରାଜ୍ୟ
ସେୟାର କରନ୍ତୁ

ପଦ୍ମପୁର : ଆଗକୁ ରହିଛି ପଦ୍ମପୁର ଉପନିର୍ବାଚନ l ଏହା ଡିସେମ୍ବର 5ରେ ଭୋଟ ଗ୍ରହଣ ହେବାକୁ ଯାଉଛି l ସେଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l ପଦ୍ମପୁର ଆରଏମସି ସ୍ଥିତ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ ପହଞ୍ଚିଅଛି l ସ୍ଵଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍ ରଖାଯାଇଛି l ତେବେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣ ଅଫିସର ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମରେ ସିଲ୍ କରାଯାଇଛି ଇଭିଏମ୍ l

ସେପଟେ ଉପନିର୍ବାଚନ ବେଳେ ରୋଚକ ହେଉଛି ପଦ୍ମପୁର ରାଜନୀତି । ଭୋଟ୍ ପୂର୍ବରୁ ଜିଲ୍ଲା ଗଠନ ଦାବି, ଫସଲ ବୀମା ପ୍ରସଙ୍ଗ ନିର୍ବାଚନୀ ମୁଦ୍ଦା ହୋଇଛି । ସୋମବାର ନାମାଙ୍କନ ଦାଖଲ କରିବା ପାଇଁ ବିରାଟ ଶୋଭାଯାତ୍ରା କରି ଆସଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ହେଲେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିନାହାନ୍ତି ।

ସେହିପରି କେନ୍ଦୁପତ୍ର ଚାଷୀଙ୍କ ସମସ୍ୟାକୁ ପ୍ରସଙ୍ଗ କରିଛି ବିଜେଡି । ଏହାରି ଭିତରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ କେବେ ପ୍ରାର୍ଥିପତ୍ର ଦାଖଲ କରିବେ ତାକୁ ନେଇ ଚର୍ଚ୍ଚା ଚାଲିଛି । 17 ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ତା ପୂର୍ବରୁ ତିନି ଦଳର ପ୍ରାର୍ଥୀ ନାମାଙ୍କନ ଭରିବେ ।


ସେୟାର କରନ୍ତୁ