ଧବଳେଶ୍ୱର ପୀଠରେ 144 ଧାରା ଲାଗୁ

ରାଜ୍ୟ
ସେୟାର କରନ୍ତୁ

ଆଠଗଡ଼ : ଗୁଜୁରାଟ ମୋର୍ବିରେ ଝୁଲାପୋଲ ଅଘଟଣ ଘଟିବା ପରେ ଚେତିଛି ଜିଲ୍ଲା ପ୍ରଶାସନ । କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା ପୋଲର ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଧବଳେଶ୍ୱର ପୀଠରେ 144 ଧାରା । ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ 144 ଧାରା ଜାରି କରିଛନ୍ତି । ଝୁଲାପୋଲର ନିରାପତ୍ତା ତଦନ୍ତ ପାଇଁ ଆଠଗଡ଼ ପ୍ରଶାସନ ଏପରି ପଦକ୍ଷେପ ନେଇଛି ବୋଲି ଜଣାପଡ଼ିଛି ।

ସୂଚନା ଥାଉକି, 2006 ମସିହାରେ ଉଦ୍‌ଘାଟନ ହୋଇଥିବା ଏହି ଝୁଲାପୋଲ ଏବେ କ୍ରମଶଃ ଦୁର୍ବଳ ହେବାରେ ଲାଗିଥିଲା । ଝୁଲା ପୋଲରେ ଫାଟ ସୃଷ୍ଟି ହୋଇଥିବାରୁ କୌଣସି ଅଘଟଣ ଘଟିବା ଆଶଙ୍କା କରି ଆଜି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛନ୍ତି ।


ସେୟାର କରନ୍ତୁ