ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚୁକ, ପୁରୀରେ ଭକ୍ତଙ୍କ ଭିଡ଼

ଜୀବନଚର୍ଯ୍ୟା ରାଜ୍ୟ
ସେୟାର କରନ୍ତୁ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚୁକ । ଏଥିପାଇଁ ଚଳଚଞ୍ଚଳ ହୋଇଛି ପଡିଛି ଶ୍ରୀକ୍ଷେତ୍ର । ଏଠାରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଏହି ଅବସରରେ ଆଜି ସକାଳୁ କାର୍ତ୍ତିକ ବ୍ରତଧାରୀମାନେ ସମୁଦ୍ର କୂଳରେ ଓ ବଡ଼ଦାଣ୍ଡରେ ପୂଜାର୍ଚ୍ଚନା କରୁଛନ୍ତି । ଏଣେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ପଞ୍ଚୁକର ପ୍ରଥମ ଦିନ ବଡ଼ ଏକାଦଶୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସୂଚନା ଥାଉକି, ପଞ୍ଚୁକର ଏହି 5 ଦିନ କାର୍ତ୍ତିକ ମାସର ସବୁଠୁ ପୁଣ୍ୟ ଦିନ ଭାବେ ବିବେଚନା କରାଯାଏ । ସେପଟେ ଶ୍ରୀଜିଉ ବି ଏହି 5 ଦିନ 5 ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏ ଦୃଷ୍ଟିରୁ ଲାିଗେ । କୋଭିଡ୍‌ଜନିତ କଟକଣା ଯୋଗୁ ଭକ୍ତମାନେ ତିନି ବର୍ଷ ଧରି ଏହି ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ଥିଲେ । କିନ୍ତୁ ଚଳିତବର୍ଷ ପଞ୍ଚୁକରେ କୋଭିଡ୍‌ଜନିତ କଟକଣା ନ ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ଅଧିକ ରହିବା ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଚାରି ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଚାରିଟି ଧାଡ଼ିରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି ।

ଶ୍ରୀମନ୍ଦିରର ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍‌ ନଭେମ୍ବର 4ରେ ଠିଆକିଆ ବେଶ ଅନୁଷ୍ଠିତ ହେବ । ସେହିଭଳି ନଭେମ୍ବର 5ରେ ବାଙ୍କଚୁଡ଼ ବେଶ, ନଭେମ୍ବର ୬ରେ ତ୍ରିବିକ୍ରମ ବେଶ, ନଭେମ୍ବର 7ରେ ଲକ୍ଷ୍ମୀନୃସିଂହ ବେଶ ଓ ନଭେମ୍ବର 8ରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ଏହି 5 ଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିବ । ଏହାକୁ ନଜରରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।


ସେୟାର କରନ୍ତୁ