ଭୁବନେଶ୍ବର: ଶେଷରେ ପଦ୍ମପୁର ଉପନିର୍ବାଚନ ପାଇଁ ବର୍ଷା ସିଂହ ବରିହାଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଏନେଇ ଦଳ ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବର୍ଷା ଦିବଙ୍ଗତ ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ବଡ଼ ଝିଅ । ସେ 16 ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି ।

ସୂଚନା ଥାଉକି, ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ 3 ତାରିଖରେ ପରଲୋକ ହେବା ପରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଡିସେମ୍ବର 5ରେ ନିର୍ବାଚନ ହେବାକୁ ଥିବା ବେଳେ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହୋଇଛନ୍ତି । ସେପଟେ ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ଏହି କ୍ରମରେ ଆଜି ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି ।