ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତାକୁ ନେଇ ବିଜେପି ପକ୍ଷରୁ ପରଜଙ୍ଗ ବ୍ଲକ ଘେରାଉ

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ସୋମବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ଶତାଧିକ BJP କର୍ମୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତାକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ l ଏଥିସହ ବିଜେପି ପକ୍ଷରୁ ଏହି ଅନିୟମିତତାକୁ ଦର୍ଶାଇ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକୀ ପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା l

ସୂଚନା ମୁତାବକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ BJP କର୍ମୀ ବିଭିର୍ନ ନାରାବାଜି ଦେଇ ପରଜଙ୍ଗ ଶିବମନ୍ଦିର ଠାରୁ ଏକ ବିଶାଳ ପଦଯାତ୍ରା ମାଧ୍ୟମରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚି ବିଜେପିର ନେତୃମଣ୍ଡଳୀ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଏହାପରେ ବିଡ଼ିଓଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l

ସୂଚନା ଥାଉକି, ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପ୍ରତିବାଦ ଉଦେଶ୍ୟରେ ଆଜିର ଏହି ଘେରାଉ ହୋଇଥିଲା l ଅଭିଯୋଗ ଫର୍ଦ ଅନୁଯାୟୀ, ପୁନର୍ବାର ଅଯୋଗ୍ୟ ହିତାଧିକାରୀଙ୍କୁ ଦଦନ୍ତ କରି ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାରେ ସାମିଲ କରାଯାଉ, ତୁରନ୍ତ ଏହାର କିଛି ପଦକ୍ଷେପ ନନେଲେ ଆଗାମୀ ଦିନରେ ଏଭଳି ପ୍ରତିବାଦ ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି l

ସେହିପରି ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଚେୟାରମ୍ୟାନ ଦୁର୍ଗା ପ୍ରସାଦ ସାହୁ, ପୂର୍ବତନ ଚେୟାରମ୍ୟାନ ଅନ୍ତର୍ଯ୍ୟାମୀ ସାହୁ, ବ୍ଲକ ଅଧଃକ୍ଷ ଶର୍ମିଷ୍ଠା ଦଳବେହେରା, ବ୍ଲକ ଉପାଧକ୍ଷା ଯଶେଶ୍ୱନୀ ରାଉତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ଦଳବେହେରା, ମଣ୍ଡଳ ସଭାପତି ରମେଶ ସାହୁ, ମଣ୍ଡଳ ସଭାପତି ଦୟାନିଧି ସାହୁ, ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ,ସନ୍ତୋଷ ରାଉତ, ଲକ୍ଷ୍ମୀଧର ସାହୁ, ଶରତ ସାହୁ, ଦୁର୍ଗା ନାୟକଙ୍କ ସମେତ ଶତାଧିକ ଭାରତୀୟ ଜନତା ପାର୍ଟିର ବହୁ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା l


ସେୟାର କରନ୍ତୁ