ଅକ୍ଷୟ କୁମାର ବେହେରା (ଏଫଏଆଇସି ) କୃଷି କମିଟି ଅଧ୍ୟକ୍ଷ ଭାବେ ନିର୍ବାଚିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା ନିର୍ବାଚନ ମଣ୍ଡଳୀର ଜଣେ ଜଣାଶୁଣା ବିଜେଡ଼ି ଦଳର ଆଗଧାଡିର ଯୁବ ସଂଗଠକ । ଶ୍ରୀ ବେହେରା ଆଜି ବ୍ଲକର କୃଷି କମିଟି ( ଏଫ୍ଏଆଇସି) ଆତ୍ମାର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ବେହେରାଙ୍କୁ 24 ରୁ ସର୍ବାଧିକ 20 ଖଣ୍ଡ ଭୋଟ ପାଇ ବିପୁଳ ବିଜୟ ଲାଭ କରିଛନ୍ତି । ଯାହାକି ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ମହଲରେ ଆନ୍ଦର ଉଲ୍ଲାସ ଖେଳାଇ ଦେଇଛି । ଏତଦ୍ ବ୍ୟତୀତ ନିର୍ବାଚିତ ଶ୍ରୀ ବେହେରାଙ୍କୁ ବିପୁଳ ସମ୍ବର୍ଦ୍ଧନା ସହ ଶୁଭେଛା ବାର୍ତ୍ତାର ସୂଅ ଛୁଟିଛି ।


ସେୟାର କରନ୍ତୁ