କର୍ମର ଫଳ ଅବଶ୍ୟ ମିଳିଥାଏ, ଖରାପ କର୍ମର ଫଳ ଜଲ୍ଦି ମିଳିଯାଇଥାଏ, ଦେଖନ୍ତୁ ଭିଡିଓ

ଭାଇରାଲ
ସେୟାର କରନ୍ତୁ

ଭାଇରାଲ ଭିଡିଓ: ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏହି ପ୍ଲାଟଫର୍ମରେ ଅନେକ ଅଜବ ଗଜବ ଭିଡିଓ ଦେଖିବାକୁ ମିଳିଥାଏ । ଆଜି ଏମିତି ଏକ ଭାଇରାଲ ଭିଡିଓକୁ ଆପଣଙ୍କ ସାମ୍ନାକୁ ଆଣୁଅଛୁ, ଯାହା ଦେଖିବା ପରେ ଆପଣ ମଧ୍ୟ କହିବେ ଭୋଗ ନିଜର କର୍ମ ଫଳ ଭୋଗ ।

ଭାଇରାଲ ହେଉଥିବା ଏହି ଭିଡିଓରେ, ଆପଣ ଦେଖିପାରିବେ ଯେ ଦୁଇ ଜଣ ବ୍ୟକ୍ତି ଗୋଟିଏ ବାଇକରେ ଯାଉଛନ୍ତି । ସେହି ରାସ୍ତାରେ ଗୋଟିଏ ମଇଁଷି ଠିଆ ହୋଇଛି, ରାସ୍ତା ତଳକୁ ଆଉ କିଛି ମଇଁଷି ରହିଥିବା ଜଣାପଡୁଅଛି । ବାଇକରେ ଯାଉଥିବା ଦୁଇ ଯୁବକ ମଧ୍ୟରୁ ପଛରେ ବସିଥିବା ଯୁବକ ଜଣଙ୍କ ଠିଆ ହୋଇଥିବା ମଇଁଷିକୁ ଗୋଟିଏ ଗୋଇଠା ଦେଉଛନ୍ତି, ଯାହା ଫଳରେ ବାଇକରେ ଥିବା ଦୁଇ ଯୁବକ ତଳେ ପଡିଯାଉଛନ୍ତି । ଭିଡିଓରେ କେବଳ ଏତିକି ଜଣାପଡୁଅଛି ।

ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି । ଏହି ଭିଡିଓ ଇନଷ୍ଟାଗ୍ରାମରେ @NarendraNeer007 ନାମକ ଏକ ପୃଷ୍ଠାରୁ ସେୟାର କରାଯାଇଛି । କ୍ୟାପସନରେ ଲେଖାଯାଇଛି, କର୍ମର ଫଳ ଅବଶ୍ୟ ମିଳିଥାଏ… ଖରାପ କର୍ମର ଫଳ ଜଲ୍ଦି ମିଳିଯାଇଥାଏ ।

ପୃଷ୍ଠାଟି ଯଦି ଭଲ ଲାଗୁଛି ଅଧିକ ଖବର ଜାଣିବା ପାଇଁ ଲଗିଂନ କରନ୍ତୁ Truthink.in


ସେୟାର କରନ୍ତୁ