ଶକ୍ତି ଅଲେଖ ମହିମା ସାଧୁ ସମାଜ : ଢେଙ୍କାନାଳ ଅଲେଖ ମହିମା ମନ୍ଦିର ଭଙ୍ଗା ପ୍ରସଙ୍ଗ ବିରୋଧରେ ଦାବିପତ୍ର

ରାଜ୍ୟ
ସେୟାର କରନ୍ତୁ

ରାୟଗଡ଼ା: ଢେଙ୍କାନାଳ ଜିଲ୍ଲାପ୍ରଶାସନ ଦ୍ୱାରା ଜୋରନ୍ଦା ସ୍ତିତ ଅଲେଖ ମହିମା ମନ୍ଦିର ଭଙ୍ଗା ଘଟଣାକୁ ବିରୋଧ କରି ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ରାୟଗଡ଼ା ଜିଲ୍ଲାର ଶକ୍ତି ଅଲେଖ ମହିମା ସାଧୁ ସମାଜ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଉକ୍ତ ଦାବିପତ୍ର ଗ୍ରହଣ କରିଥିଲେ ।

ପ୍ରକାଶ ଥାଉ କି ଯେ, ନଭେମ୍ବର 22 ତାରିଖ ଦିନ କୋର୍ଟର ନିର୍ଦ୍ଧେଶ କ୍ରମେ ଢେଙ୍କାନାଳ ଜିଲ୍ଲାପ୍ରଶାସନ ଜୋରନ୍ଦା ସ୍ତିତ 2 ଶହ ବର୍ଷରୁ ଉର୍ଦ୍ଧ ପୁରାତନ ଅଲେଖ ମହିମା ମନ୍ଦିରକୁ ଭାଙ୍ଗିଦେଇଥିଲା । ଏହା ଭାଙ୍ଗିବା ଦ୍ୱାରା ହିନ୍ଦୁ ଧର୍ମ ପ୍ରତି ଏହା ଅପମାନ ଜନକ ବୋଲି ରାୟଗଡ଼ା ଜିଲ୍ଲା ସତ୍ୟ ଅଲେଖ ମହିମା ଧର୍ମ ଏବଂ କୋୖପୁନିଧାରୀ ମହିମା ସମାଜର ସାଧୁ ଏବଂ ଭକ୍ତ ଦୃଢ଼ ନିନ୍ଦା ସହ ପ୍ରତିବାଦ ଜଣେଇଛନ୍ତି ।

ତେବେ ଉକ୍ତ ଘଟଣାକୁ ବିରୋଧ କରି 5ଦଫା ଦାବିନେଇ ଏକ ଦାବିପତ୍ର ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେବା ସହ ପ୍ରଧାନ ମନ୍ତ୍ରୀ , ଓଡିଶା ରାଜ୍ୟପାଳ , ମୁଖ୍ୟ ଶାସନ ସଚିବ , 5ଟି ସଚିବ ଏବଂ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପ୍ରେରଣ କରିଛନ୍ତି । ଆଗାମୀ ଦିନରେ ଯଦି ଏହିପରି ହିନ୍ଦୁ ମନ୍ଦିର ଭଙ୍ଗାଯାଏ ରାଜ୍ୟର ସାଧୁ ଏବଂ ଭକ୍ତ ଏକତ୍ରିତ ହୋଇ ଆନ୍ଦେଳନ କରିବେ ବୋଲି କୋୖପୁନିଧାରୀ ମହିମା ସମାଜ ପକ୍ଷରୁ ପ୍ରକାଶ କରିଛନ୍ତି ।


ସେୟାର କରନ୍ତୁ