ଗୋବିନ୍ଦଙ୍କ ମୃତ୍ୟୁ ଘଟଣା : କଣ୍ଟାବାଞ୍ଜି ଜେଲରେ କ୍ରାଇମବ୍ରାଞ୍ଚ ଟିମ

ରାଜ୍ୟ
ସେୟାର କରନ୍ତୁ

କଣ୍ଟାବାଞ୍ଜି: ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଆତ୍ମହତ୍ୟା ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚର 10 ଜଣିଆ ଟିମ୍ ଆଜି କଣ୍ଟାବାଞ୍ଜି ଜେଲରେ ପହଞ୍ଚିଛନ୍ତି । ଫରେନସିକ୍ ଟିମ୍ ସହିତ ଏମାନେ ସେଠାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କେଉଁଭଳି ପରିସ୍ଥିତିରେ ଗୋବିନ୍ଦଙ୍କ ମୃତ୍ୟ ଘଟିଲା ତାର ତଦନ୍ତ କରୁଛନ୍ତି ଟିମ୍ ।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଗତକାଲି ପୂର୍ବାହ୍ନରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଜେଲ୍‌ ପରିସରରୁ ମୃତଦେହ ମିଳିଥିଲା । ଏହି ଘଟଣାକୁ କର୍ତ୍ତୃପକ୍ଷ ଆତ୍ମହତ୍ୟା ବୋଲି କହୁଥିଲା ବେଳେ ଗୋବିନ୍ଦଙ୍କର ପରିବାର ଲୋକ ହତ୍ୟା ବୋଲି କହୁଛନ୍ତି । ତେବେ ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ କ୍ରାଇମବ୍ରାଞ୍ଚର 10 ଜଣିଆ ଟିମ୍ ଆଜି କଣ୍ଟାବାଞ୍ଜି ଜେଲରେ ପହଞ୍ଚିଛନ୍ତି ।


ସେୟାର କରନ୍ତୁ