ପରଜଙ୍ଗ ବିଜେଡ଼ି ପକ୍ଷରୁ ନବୀନ ବାବୁଙ୍କ ଜନ୍ମଦିନ ପାଳନ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ 78 ତମ ପୁଣ୍ୟ ଜନ୍ମଦିନ ପରଜଙ୍ଗ ବ୍ଲକ ବିଜେଡ଼ି ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଲାଗି ସ୍ଥାନୀୟ ହନୁମାନ ମନ୍ଦିରରେ ଦଳର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି 108 ଦୀପ ପ୍ରଜ୍ବଳନ କରି ଜନ୍ମ ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ନବୀନ ବାବୁଙ୍କ ଦୀର୍ଘାୟୁ କାମନା କରିଥିଲେ ।

ତେବେ ଏଥିରେ ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ଡଃ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହନୁମାନଙ୍କ ନିକଟରେ ପୂଜାର୍ଚ୍ଚନା କରି ଦୀପ ପ୍ରଜ୍ବଳନ କରିଥିଲେ । ଏହାପରେ ପରଜଙ୍ଗ ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ର ଛାତ୍ରୀଙ୍କ ଗହଣରେ ବୃକ୍ଷ ରୋପଣ କରିଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ ମଣ୍ଡଳୀର ଯୁବନେତା ଅସିତ୍ କୁମାର ରାୟ ଚୌଧୁରୀ,ବ୍ଲକ ବିଜେଡ଼ି ସଭାପତି ତଥା ସରପଞ୍ଚ କୃଷ୍ଣ ଚନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ, ରୁନୁ ବର୍ମା, ସରପଞ୍ଚ ଗାୟତ୍ରୀ ମହାପାତ୍ର, ମାମାଲୀ ଜେନା, ସସ୍ମିତା ସାହୁ, ପ୍ରେମାନନ୍ଦ ସାହୁଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି ନବୀନ ବାବୁଙ୍କ ଜନ୍ମଦିନ ପାଳନ କରିଥିଲେ ।

ସୂଚନା ଥାଉକି, ଦୀର୍ଘ 23 ବର୍ଷ ଧରି ନିରବଛିର୍ନ ଭାବରେ ରାଜ୍ୟ ଶାସନର କର୍ଣଧାର ସାଜିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି 78 ବର୍ଷରେ ପଦାର୍ପଣ କରିଛନ୍ତି । ସେ ହେଉଛନ୍ତି 26 ବର୍ଷ ରାଜନୀତିରେ ଅପରାଜୟ ରାଜନେତା । 1946 ମସିହା ଅକ୍ଟୋବର 16ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ବାପା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ 1997 ଡିସେମ୍ବର 26ରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ଏହା ଭିତରେ 26 ବର୍ଷ ରାଜନୈତିକ କ୍ୟାରିୟରରେ ପ୍ରଥମେ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ପରେ ପାଞ୍ଚ ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଅପରାଜୟ ଅପ୍ରତିଦ୍ଵନ୍ଦୀ ନେତା ପାଲଟିଛନ୍ତି ନବୀନ ପଟ୍ଟନାୟକ ।


ସେୟାର କରନ୍ତୁ