ସ୍କଟି ଦୁର୍ଘଟଣାରେ ଆରୋହୀ ଗୁରୁତର

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ପରଜଙ୍ଗ ଥାନା ଅନ୍ତର୍ଗତ ବଡ଼ଝରା ଠାରେ 53 ନଂ ଜାତୀୟ ରାଜପଥରେ ମଙ୍ଗଳବାର ସନ୍ଧ୍ୟାରେ ଏକ ସ୍କଟି ଦୁର୍ଘଟଣାରେ ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି l ଗୁରୁତର ଆରୋହୀ ଜଣଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି l

ତେବେ ଗୁରୁତର ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସୋମ୍ୟରଞ୍ଜନ ବାରିକ l ସୋମ୍ୟରଞ୍ଜନ ଅନୁଗୋଳରୁ ବରୀ ନିଜ ସ୍କଟିରେ ଯାଉଥିବା ବେଳେ ବଡ଼ଝରା ନୁଆସାହି ଛକ ଠାରେ ଦୁର୍ଘଟଣା ହୋଇଥିଲା l ଫଳରେ ସୋମ୍ୟରଞ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ଏହି ରାସ୍ତାରେ ଯାଉଥିବା ବ୍ୟକ୍ତି ନିଜ କାରରେ ଗୁରୁତର ସୋମ୍ୟଙ୍କୁ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି କରିଥିଲେ l ସେଠାରେ ଅବସ୍ଥା ସଂକଟପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l


ସେୟାର କରନ୍ତୁ