ପରଜଙ୍ଗ : ଆଜି ମଙ୍ଗଳବାର ପରଜଙ୍ଗ ମିନି ଷ୍ଟାଡିୟମ ଠାରେ ବିଜୁ ଜନତା ଦଳର 25 ବର୍ଷ ପୂର୍ତ୍ତି ଓ 26 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମାନନୀୟା ମନ୍ତ୍ରୀ (ରାଜସ୍ବ ପ୍ରାକୃତିକ ଏବଂ ଵିପର୍ଯ୍ୟୟ ପରିଚାଳନା ବିଭାଗ) ଶ୍ରୀମତୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ପୂର୍ବତ୍ତନ ମନ୍ତ୍ରୀ ତଥା ବର୍ତ୍ତମାନ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ଡ଼ା ନୃସିଂହ ଚରଣ ସାହୁ ସନ୍ନମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l
ସେଇଭଳି ଭାବରେ ଶ୍ରୀମତୀ ବିଳାସିନୀ ସେଠୀ 3 ନଂ ଜୋନ ପରଜଙ୍ଗର ଜିଲ୍ଲାପରିଷଦ ସଭ୍ୟା ତଥା ଉପସଭାନେତ୍ରୀ ଜିଲ୍ଲାପରିଷଦ ଢେଙ୍କାନାଳ, ଶ୍ରୀମତୀ ଚାରୁଲତା ମିଶ୍ର କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା, ଯୁବ ନେତା ଇଂ ଅସିତ କୁମାର ରାୟଚୌଧୁରୀ (ଚିଣ୍ଟୁ ), ପରଜଙ୍ଗ 2 ଜୋନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ନିରାକାର ପ୍ରଧାନଙ୍କ ସମେତ ଦଳର ଅନ୍ୟ ଜିଲ୍ଲା ପରିଷଦ ସଭ୍ୟମାନେ ମଞ୍ଚରେ ଉପସ୍ଥିତ ରହିଥିଲେ l ଏତଦ ବ୍ୟତୀତ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଅନ୍ୟାନ୍ୟ କାର୍ଯ୍ୟକର୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲାବେଳେ ବିଶେଷ କରି ମହିଳା ମାନଙ୍କର ସଂଖ୍ୟା ଖୁବ ଦେଖିବାକୁ ମିଳିଥିଲା l

ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଭାବ ମୂର୍ତ୍ତି ଯୋଗୁଁ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ଆଲୋକ ପାତ କରିବା ସହ ଦଳ ଆହୁରି କେମିତି ଲୋକାଭିମୁଖୀ କାର୍ଯ୍ୟ କରି ପାରିବ, ସେଥିପାଇଁ ସାଙ୍ଗଠନିକ କ୍ଷେତ୍ରକୁ ଆହୁରି ମଜଭୁତ କରିବାକୁ ପଡିବ ବୋଲି କହିଥିଲେ ବିଧାୟକ ଡ଼ା ନୃସିଂହ ଚରଣ ସାହୁ l ଏଥି ସହିତ ଗତ ପଞ୍ଚାୟତ ନିର୍ବାଚନରେ ଦଳର ଯୁବ ନେତା ଅସିତ କୁମାର ରାୟ ଚୌଧୁରୀଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିଥିବାରୁ ଦଳ ଆଗାମୀ ନିର୍ବାଚନୀ ପାଇଁ ତାଙ୍କୁ ପରଜଙ୍ଗ ସାଙ୍ଗଠନିକ ଦାୟିତ୍ୱ ଦେବାପାଇଁ ବିଜୁ ଜନତା ଦଳ ତରଫରୁ ଏହି କାର୍ଯ୍ୟକ୍ରମରେ ଡ଼ା ସାହୁ ଘୋଷଣା କରିଛନ୍ତି l
