ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାର ନିନ୍ଦା କରିବା ସହ କ୍ରାଇମ ବ୍ରାଞ୍ଚ ତଦନ୍ତର ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନବ ଦାସଙ୍କର ଆଶୁ ଆରୋଗ୍ୟ କାମନା କରବା ସହ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ହୋଇଅଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଏହି ଘଟଣା ଘଟିଛି । ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି । ସେ ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଜଣେ ପୁଲିସ କର୍ମୀ ଗୁଳିମାଡ଼ କରୁଥିବା କୁହାଯାଉଛି ।


ସେୟାର କରନ୍ତୁ