40 ଡିଗ୍ରୀ ଉପରେ 25 ସହର, ବାରିପଦାରେ ଆଜି ସର୍ବୋଚ୍ଚ ତାପମାତ୍ରା 43.5 ଡ଼ିଗ୍ରୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ସାରା ରାଜ୍ୟ ପ୍ରବଳ ଖରାରେ ସିଝୁଛି । ଆଜି ରାଜ୍ୟର 25ଟି ସହରରେ ତାପମାତ୍ରା 40 ଡିଗ୍ରିରୁ ଅଧିକ ତାପମାତ୍ରା ରହିଛି । ଏହାରି ମଧ୍ୟରେ ମୟୂରଭଂଜର ଜିଲ୍ଲା ସଦର ମହକୁମା ବାରିପଦାରେ ଆଜି ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ସର୍ବୋଚ୍ଚ ତାପମାତ୍ରା 43.5 ଡ଼ିଗ୍ରି ରେକର୍ଡ ହୋଇଥିବା ନେଇ ଗୁରୁବାର ସନ୍ଧ୍ୟାରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାଲେଶ୍ବରରେ 40, ଚାନ୍ଦବାଲିରେ 41.3, କଟକରେ 41.4, ଭୁବନେଶ୍ବରରେ 40.8, ଅନୁଗୁଳରେ 42.5, ବାରିପଦାରେ 43.5, ଝାରସୁଗୁଡ଼ାରେ 41.8, ଟିଟିଲାଗଡ଼ରେ 42.2, ସୋନପୁରରେ 42.5, ନୟାଗଡ଼ରେ 40, ବୌଦ୍ଧରେ 42.5, ପାରଳାଖେମୁଣ୍ଡିରେ 40.6, ଭଦ୍ରକରେ 41, ଯାଜପୁରରେ 40.2, ଢେଙ୍କାନାଳରେ 40.5, ନୂଆପଡ଼ାରେ 40, ଜଗତସିଂହପୁରରେ 40.5, ରାଉରକେଲାରେ 41, ସମ୍ବଲପୁରରେ 41.6, ସୁନ୍ଦରଗଡ଼ରେ 41, ଫୁଲବାଣୀରେ 40.3, ହୀରାକୁଦରେ 40.6, ତାଳଚେରରେ 42, ଭବାନୀପାଟଣାରେ ଓ ବଲାଙ୍ଗୀରରେ 42 ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ କରାଯାଇଛି ।


ସେୟାର କରନ୍ତୁ